PCରେ ଖୁବ୍ ସହଜରେ ହାଇଡ୍ କରନ୍ତୁ ଫାଇଲ୍ ଓ ଫୋଲ୍ଡର୍, ଜାଣନ୍ତୁ ଏହି ଟ୍ରିକ୍ ସମ୍ପର୍କରେ…

ନୂଆଦିଲ୍ଲୀ: ଆଜିକା ସମୟରେ ଡିଜିଟାଲର ମହତ୍ତ୍ୱ ଖୁବ୍ ବଢ଼ିଯାଇଛି । ତେଣୁ ନିଜର ମୋବାଇଲ୍ ହେଉକି ଲାପଟପ୍ କିମ୍ବା ନିଜର ପିସିରେ ପ୍ରାଇଭେଟ୍ ଡାଟାକୁ ହାଇଡ୍ କରିବା ନିହାତି ଆବଶ୍ୟକ । ଯେତେବେଳେ ବି ଆମେ କାହାକୁ ଆମ ପିସି ଦେଇଥାଉ, ସେତେବେଳେ ଆମର ପ୍ରାଇଭେଟ୍ ଡାଟା ଲିକ୍ ହେବାର ଭୟ ଥାଏ । ତେଣୁ ସେସବୁ ସେଫ୍ ରଖିବା ନିହାତି ଜରୁରୀ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, କିପରି ପିସିରେ ନିଜର ଫାଇଲ୍, ଭିଡିଓ, ଡକ୍ୟୁମେଣ୍ଟ ଓ ଫୋଲ୍ଡର୍ ସବୁକୁ ଲୁଚାଇ ରଖିବେ । ଏହା ଖୁବ୍ ସହଜ । ଏନେଇ କିଛି ସିମ୍ପଲ୍ ଷ୍ଟେପ୍ସ ରହିଛି ।

୧. ଏଥିପାଇଁ ସବୁଠାରୁ ପ୍ରଥମେ ଆପଣ ନିଜ ପିସିରେ ଫାଇଲ୍ ଏକ୍ସପ୍ଲୋଜର୍ କୁ ଓପେନ୍ କରିବାକୁ ହେବ ।

୨. ଏହାପରେ ସେହି ଫାଇଲ୍ କୁ ସିଲେକ୍ଟ କରିବାକୁ ପଡ଼ିବ ଯାହାକୁ ଆପଣ ହାଇଡ୍ କରିବାକୁ ଚାହୁଁଛନ୍ତି ।

୩. ଫୋଲ୍ଡର୍ କୁ ସିଲେକ୍ଟ କରିବା ପରେ ମାଉସ୍ ରେ ରାଇଟ୍ କ୍ଲିକ୍ କରି properties ଅପସନ୍ କୁ ଚୟନ କରିବାକୁ ହେବ ।

୪. ଏବେ ଆପଣଙ୍କ ସ୍କ୍ରିନ୍ ରେ ଏକ ନୂତନ ୱିନଡୋ ଖୋଲିବ, ଯେଉଁଥିରେ ସବୁଠାରୁ ଶେଷରେ ଥିବା ହିଡେନ୍ ବକ୍ସ ଉପରେ କ୍ଲିକ୍ କରିବାକୁ ହେବ ।

୫. ଏହାପରେ ସବୁଠାରୁ ଉପରେ ବାମ ପଟକୁ ଥିବା ଭିୟୁଜ୍ ଅପସନ୍ ଉପରେ କ୍ଲିକ୍ କରିବାକୁ ହେବ ।

୬. ଏବେ ଆପଣଙ୍କୁ Options ବିକଳ୍ପକୁ ଚୟନ କରିବାକୁ ହେବ ।

୭. Options ବିକଳ୍ପକୁ ଚୟନ କରିବାପରେ ସ୍କ୍ରିନ୍ ରେ ଏକ ନୂତନ ୱଣ୍ଡୋ ଖୋଲିବ ଯେଉଁଠାରେ ଆପଣ ଭ୍ୟୁ ଅପସନ୍ କୁ କ୍ଲିକ୍ କରିବାକୁ ହେବ ।

୮. ଏଠାରେ ଏକ ବକ୍ସ ଦେଖିବାକୁ ପାଇବେ । ଯାହା ସାମନାରେ don’t show hidden file, Folder or drives ଲେଖା ଥିବ । ଏହାଉପରେ କ୍ଲିକ୍ କରିବା ପରେ ତଳେ ଦିଆଯାଇଥିବା ଆପ୍ଲାଏ ଅପସନ୍ ବଟନ୍ କୁ ସିଲେକ୍ଟ କରିବାକୁ ହେବ । ଏହି ପ୍ରୋସେସ୍ ପରେ ସିଲେକ୍ଟ କରାଯାଇଥିବା ଫାଇଲ୍ ଓ ଫୋଲ୍ଡର୍ ହାଇଡ୍ ହୋଇଯିବ ।