fbpx

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳକୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ସମସ୍ତ ବିଭାଗକୁ ବାତ୍ୟା ପାଇଁ ପ୍ରସ୍ତୁତି ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ଯୋଗାଣ ଓ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଯେତେ ଉପକୂଳ ଜିଲ୍ଲା ରହିଛି ସମସ୍ତଙ୍କୁ ହାଇଆଲର୍ଟରେ ରଖାଯାଇଛି ।

ଏସବୁ ଜିଲ୍ଲାରେ ସମସ୍ତ ଟିୱେଲକୁ ମରାମତି କରାଯିବ । ପାଇପ୍ ୱାଟର ସପ୍ଲାଏ ପାଇଁ ଜେନେରେଟର ରଖିବେ । ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟବସ୍ଥା କରାଯିବ । ଟ୍ୟାଙ୍କର ମଧ୍ୟ ପ୍ରସ୍ତୁତ ରଖାଯିବ । ଆସନ୍ତା ଦିନେ ଦୁଇଦିନ ଭିତରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ନେଇ ମିଳିବା ପରେ ପଦକ୍ଷେପ ନିଆଯିବ । ଏନେଇ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏକ ସାଇକ୍ଲୋନ୍ ସୃଷ୍ଟି ହୋଇପାରେ । ୩ ରୁ ୪ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଆସିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.