fbpx

ଏକ୍ସପର୍ଟଙ୍କ ଖୁଲାସା: Sex ଲାଇଫକୁ ନଷ୍ଟ କରିଦିଏ ରକ୍ତଚାପ; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକଙ୍କ ଶରୀରରେ ରକ୍ତଚାପ ସମସ୍ୟା ଦେଖାଦେଉଛି । ବିଭିନ୍ନ କାରଣରୁ ଦେହରେ ରକ୍ତଚାପ ବୃଦ୍ଧି ହୋଇଥାଏ । ଯାହା ଧିରେ ଧିରେ ଶରୀରରେ ଅନ୍ୟ ସମସ୍ୟା ସୃଷ୍ଟି କରିବା ସହିତ ବିଭିନ୍ନ ରୋଗ ପାଇଁ ବାହକ ପାଲଟିଯାଏ । ବିଶେଷ କରି ଉଚ୍ଚ ରକ୍ତଚାପ ଆପଣଙ୍କ ସେକ୍ସ ଲାଇଫ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏ ନେଇ ଏକ୍ସପର୍ଟ ମଧ୍ୟ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ହାଇ ବ୍ଲଡ ପ୍ରେସର ରୋଗୀଙ୍କୁ ଶାରୀରିକ ସମ୍ପର୍କ ରଖିବାରେ ତୁରନ୍ତ କୌଣସି ସମସ୍ୟାର ସମ୍ଭାବନା ଦେଖାଯାଏ ନାହିଁ । କିନ୍ତୁ ସମ୍ବନ୍ଧ ପରେ ଏହାର ସନ୍ତୁଷ୍ଟିକୁ କମ୍ କରି ଦେଇଥାଏ ଉଚ୍ଚ ରକ୍ତଚାପ । ବିଭିନ୍ନ ଚିକିତ୍ସା ଅଧ୍ୟନରୁ ଏହା ଜଣାଯାଇଛି ଯେ, ପୁରୁଷଙ୍କ ଉଚ୍ଚ ରକ୍ତଚାପ ଏବଂ ଯୌନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ଏକ ମଜବୁତ ସମ୍ପର୍କ ରହିଥାଏ । ଉଚ୍ଚ ରକ୍ତଚାପରେ ସାଧାରଣତଃ କୌଣସି ପ୍ରତ୍ୟକ୍ଷ ଲକ୍ଷଣ ନଥାଏ । ଅନେକ ରୋଗୀଙ୍କ ସ୍ଥିତିରେ ତୁରନ୍ତ ଏହାର ନିରାକରଣ କରାଯାଏ ନାହିଁ । ଯାହା ଧମନୀ ନଷ୍ଟ ହେତୁ ଆଥେରୋସ୍କେଲେରୋସିସ ହୋଇପାରେ । ଏଭଳି ସ୍ଥିତିରେ ଯୌନାଙ୍ଗରେ ରକ୍ତପ୍ରବାହକୁ ସୀମିତ କରି ଦେଇଥାଏ । ଏହାଦ୍ୱାରା ପୁରୁଷଙ୍କ ଦେହରେ ଇରେକ୍ଟାଇଲ ଡିସଫଙ୍କସନ ହେବାର ସମ୍ଭାବନାକୁ ବୃଦ୍ଧି କରିଥାଏ ।

ତେବେ ମହିଳାଙ୍କ କ୍ଷେତ୍ରରେ ଯୌନ ସ୍ୱାସ୍ଥ୍ୟ ଉପରେ ରକ୍ତଚାପ ପ୍ରଭାବର କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିପାରି ନାହିଁ । କିନ୍ତୁ ଅନେକ କ୍ଷେତ୍ରରେ କିଛି ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି । ଏଥିରେ ରକ୍ତପ୍ରବାହରୁ ଯୌନାଙ୍ଗ ପର୍ଯ୍ୟନ୍ତ ନାଇଟ୍ରିକ ଏସିଡ ବୃଦ୍ଧି ଏବଂ ମାଂସପେଶୀ ଅସ୍ୱାଭାବିକତା ଇତ୍ୟାଦି ସାମିଲ ରହିଛି । ଏହାବ୍ୟତୀତ ହାଇ ବ୍ଲଡ ପ୍ରେସରର ସମସ୍ୟା ଜୀବନଶୈଳୀ ସହତ ମଧ୍ୟ ଯୋଡି ହୋଇ ରହିଥାଏ । ତେଣୁ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବା ସହ ସନ୍ତଳିତ ଖାଦ୍ୟ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ଧୂମ୍ରପାନରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.