fbpx

ବସ୍ ଟର୍ମିନାଲ ନିର୍ମାଣ କାମରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ,୨ ।୨(ଓଡିଶା ଭାସ୍କର): କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗରେ ଆସିଛି ରାୟ । ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ଖାନନଗର କାଳୀ ମନ୍ଦିରର ଚିହ୍ନଟ ଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାବର, ଅସ୍ଥାବର ସମ୍ପତ୍ତିର ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ କହିଛନ୍ତି । ବସ୍ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ୧୧ ଏକ ର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି ଜଣାପଡିଛି । କିଛି ସ୍ଥାନୀୟ ଲୋକଙ୍କ ଆବେଦନର ଶୁଣାଣି ଉପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Get real time updates directly on you device, subscribe now.