fbpx

ହାଇକୋର୍ଟରେ ଖାରଜ ହେଲା କୋଭିଡ୍ ପିଆଇଏଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାକୁ ନେଇ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । କୋଭିଡ୍ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବିରେ ଏହି ପିଆଇଏଲ୍ ଦାୟର କରାଯାଇଥିଲା । ଦାଏର କରାଯାଇଥିବା ମାମଲା ପିଆଇଏଲ୍ ନିୟମ ଅନୁଯାୟୀ ନଥିବାରୁ କୋର୍ଟ ଏହାକୁ ଖାରଜ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ମାମଲା ଖାରଜ ହୋଇଥିଲେ ହେଁ କୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହକାରେ ଗ୍ରହଣ କରିଛନ୍ତି । ଅନ୍ୟ ଏକ ମାମଲାରେ ରାଜ୍ୟ ସରକାରଙ୍କୁ ତଥ୍ୟ ଦାଖଲର ନିର୍ଦ୍ଦେଶ ପ୍ରଦାନ କରିବା ସହିତ ମୃତ୍ୟୁ ସଂଖ୍ୟାର ଯାଞ୍ଚ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ହୋଇଛି କି ନାହିଁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ବିରୋଧୀ ଦଳ ନେତାଙ୍କ ପକ୍ଷରୁ କୋଭିଡ୍ ମୃତ୍ୟୁକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରାଯାଇଥିଲା ।

Get real time updates directly on you device, subscribe now.