fbpx

ଦୁଷ୍କର୍ମକାରୀକୁ ଜାମିନ୍ ଦେଲେ ହାଇକୋର୍ଟ: କହିଲେ- ‘୧୫ ଦିନ ଭିତରେ ବିବାହ କର’

ନୂଆଦିଲ୍ଲୀ: ଯୌନ ଅପରାଧରେ ଶିଶୁ ସୁରକ୍ଷା ସଂରକ୍ଷଣ ଅଧିନିୟମ ୨୦୧୨ ଅଧିନରେ ପଞ୍ଜିକୃତ ହୋଇଥିବା ଜଣେ ଦୁଷ୍କର୍ମକାରୀକୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ୧୫ ଦିନ ଭିତରେ ସେ ଝିଅକୁ ବିବାହ କରିବେ ବୋଲି ସର୍ତ୍ତ ରଖିଛନ୍ତି କୋର୍ଟ । ବଳାତ୍କାର ପରେ ଜନ୍ମ ହୋଇଥିବା ଶିଶୁକୁ ଅଭିଯୁକ୍ତ ନିଜର ଝିଅ ଭାବରେ ଅଧିକାର ପ୍ରଦାନ କରିବ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ।

ବିବାହ ତାରିଖଠାରୁ ଏକ ମାସ ମଧ୍ୟରେ ମ୍ୟାରେଜ୍ ରେଜିଷ୍ଟ୍ରେସନ କରିବାକୁ ପଞ୍ଜିକରଣ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଟି ପ୍ରାୟ ଏକ ମାସର ବୋଲି ଜଣାପଡିଛି । ଏହି ଘଟଣା ଚଳିତ ବର୍ଷ ମାର୍ଚ୍ଚରେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଘଟିଥିବା ବେଳେ ୧୦ ଏପ୍ରିଲ ୨୦୨୨ ପରଠାରୁ ଅଭିଯୁକ୍ତ ଜେଲରେ ଅଛିି ।

ଆହ୍ଲାବାଦ ହାଇକୋର୍ଟରେ ଜଷ୍ଟିସ ଦୀନେଶ କୁମାର ସିଂଙ୍କ ବେଞ୍ଚ କହିଛନ୍ତି ଯେ, ଅଭିଯୁକ୍ତ ଜାମିନରେ ଜେଲରୁ ବାହାରିବାର ୧୫ ଦିନ ଭିତରେ ଆବେଦନକାରୀ ବା ପୀଡିତାଙ୍କୁ ବିବାହ କରିବ । ଆହ୍ଲାବାଦ ହାଇକୋର୍ଟ ଝିଅ ଏବଂ ତାଙ୍କ ପିତାଙ୍କ ଷ୍ଟାଣ୍ଡକୁ ଧ୍ୟାନରେ ରଖି କହିଛନ୍ତି ଯେ, ପୀଡିତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଥିବାରୁ ଅଭିଯୁକ୍ତଙ୍କୁ ଜାମିନ ଦେବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ ।

ଅଭିଯୁକ୍ତ ଉପରେ ଆଇପିସି ଏବଂ ପୋକସୋ ଆକ୍ଟର ଅନେକ ବିଭାଗ ଅଧୀନରେ ଅନେକ ମାମଲା ରୁଜୁ କରାଯାଇଛି, ଯେଉଁଥିରେ ଅଭିଯୋଗ ହୋଇଛି କି ସେ ମାଚ୍ଚ ୨୦୨୨ରେ ଝିଅକୁ ନିଜ ସହତ ପଳାଇବାକୁ ଉସୁକାଉଥିଲା । ସେତେବେଳକୁ ଝିଅଟିର ବୟସ ମାତ୍ର ୧୭ ବର୍ଷ । ଏହା ପରେ ୨୨/୨୩ ତାରିଖରେ ଅଭିଯୁକ୍ତ ଜଣକ ଝିଅ ସହିତ ଶାରୀରିକ ସମ୍ପକ ରଖିଥିଲା, ଯାହାଫଳରେ ପୀଡିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ।

Get real time updates directly on you device, subscribe now.