ଓଡ଼ିଶା ଭାସ୍କର: ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକଙ୍କୁ ହାଇକୋର୍ଟ ଜାରି କଲେ ସମନ । ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ତାଙ୍କୁ ସମନ ଜାରି କରାଯାଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୭ ଅଗଷ୍ଟରେ ହେବ । ଏହା ପୂର୍ବରୁ ରାଜ୍ୟର ଅନେକ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ହୋଇଛି । ଏହା ପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହାପୂର୍ବରୁ ବାସୁଦେବପୁର, ବ୍ରହ୍ମପୁର, ପାଟଣାଗଡ, ଯାଜପୁର ଲୋକସଭା, କଂଟାବାଞ୍ଜି, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ ଆଦିର ନିର୍ବାଚିତ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି ।