fbpx

କେଜ୍ରିୱାଲଙ୍କ ପାଇଁ ଭଲ ଖବର, ତାଙ୍କ ବିରୁଦ୍ଧରେ ଏହି ଆବେଦନକୁ ହାଇକୋର୍ଟ କଲେ ଖାରଜ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ଲାଗି ହୋଇଥିବା ଜନହିତ ଯାଚିକା ଉପରେ ଶୁଣାଣୀ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି ଓ ଏହାସହ ଯାଚିକାକୁ ଖାରଜ କରି ଦେଇଛନ୍ତି । ଏହି ଯାଚିକା ସୁରଜିତ୍ ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ଦାଖଲ କରିଥିଲେ । ସେ ଏହି ଯାଚିକାରେ କହିଥିଲେ କି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ରହିଲେ ଆଇନ ଓ ନ୍ୟାୟ ପ୍ରକ୍ରିୟାରେ ବାଧା ଉପୁଜିବ । ଏହାସହିତ ଦିଲ୍ଲୀରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ବି ସଂକଟ ଦେଖାଦେବ ।

କୋର୍ଟ କହିଛନ୍ତି ଏପରି କୌଣସି ସାମ୍ବିଧାନିକ ବାଧ୍ୟତା ନାହିଁ କି ଅରବିନ୍ଦ କେଜ୍ରିୱାଲ ନିଜ ପଦବୀରେ ରହିପାରିବେ ନାହିଁ । କୋର୍ଟ କହିଛନ୍ତି ଏହା କାର୍ଯ୍ୟପାଳିକା ସହ ଜଡିତ ମାମଲା । ଦିଲ୍ଲୀର ଉପରାଜ୍ୟପାଳ ଏହି ମାମଲାକୁ ଦେଖିବେ ଓ ସେ ରାଷ୍ଟ୍ରପତିଙ୍କୁ ଏ ମାମଲାରେ ପ୍ରସ୍ତାବ ପଠାଇପାରିବେ । ଏହି ମାମଲାରେ କୋର୍ଟଙ୍କର କୌଣସି ଭୂମିକା ନାହିଁ ।

Get real time updates directly on you device, subscribe now.