fbpx

ମୋବାଇଲ ଚାର୍ଜିଂ ସମୟରେ ଲାଗିପାରେ ନିଆଁ, ସୁରକ୍ଷା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ବର୍ତ୍ତମାନ ଏହା ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହା ଦ୍ୱାରା ଘରେ ବସି ଅନେକ ଜରୁରୀ କାର୍ଯ୍ୟ ସହ ଭିଡ଼ିଓ କଲିଂ ଠାରୁ ଆରମ୍ଭ କରି ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବା ସହଜ ହୋଇଯାଇଛି । କିନ୍ତୁ ଅନେକ ଲୋକମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ ମଧ୍ୟ ଫୋନ୍ ଚାର୍ଜ କରିବା ସମୟରେ କିଛି ଭୁଲ କରିଥାନ୍ତି । ଫଳରେ ଚାର୍ଜରରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଏହି ସବୁ ଟିପ୍ସ ଆପଣାଇବା ଦ୍ୱାରା ଫୋନ୍ ଚାର୍ଜିିଂ ସମୟରେ ବିପଦକୁ ଏଡ଼ାଇ ଦିଆଯାଇପାରିବା ।

୧. ସବୁବେଳେ ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ କମ୍ପାନୀର ଚାର୍ଜର ବ୍ୟବହାର କରନ୍ତୁ । କୌଣସି ଶସ୍ତା କିମ୍ବା ନନ୍ ବ୍ରାଣ୍ଡେଡ୍ କମ୍ପାନୀର ଚାର୍ଜର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ଫୋନ୍ ଶୀଘ୍ର ଗରମ ହୋଇଥାଏ କାରଣ ଏଥିରେ ସୁରକ୍ଷା ଫିଚର୍ସ ନଥାଏ । ଅତି ଆବଶ୍ୟକ ସ୍ଥଳେ ଭଲ କମ୍ପାନୀର ଚାର୍ଜର ବ୍ୟବହାର କରନ୍ତୁ ।

୨. ନିୟମିତ ଚାର୍ଜରର ଯାଞ୍ଚ କରନ୍ତୁ । ଚାର୍ଜରରେ କୌଣସି ପ୍ରକାର ତୃଟି ଯେପରି ତାର ଛିଡ଼ି ଯିବା, ପ୍ଲଗରେ ଫାଟ୍, ଢ଼ିଲା କନେକସନ ଥିବା ପରି ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ଏହା ପରିବର୍ତ୍ତେ ନୂତନ ଚାର୍ଜର ବ୍ୟବହାର କରନ୍ତୁ । ନଚେତ୍ ବ୍ୟାଟେରୀର ଆୟୁଷ କମିଯିବା ସହ ଚାର୍ଜିଂ ସମୟରେ ବିପଦର ଆଶଙ୍କା ରହିଥାଏ ।

୩. ସ୍ମାର୍ଟଫୋନ୍ ପୁରା ଚାର୍ଜ ହୋଇଗଲେ ଚାର୍ଜର ବାହାର କରିଦିଅନ୍ତୁ । ଅନେକ ସମୟରେ ଲୋକମାନେ ଚାର୍ଜର ସକେଟରେ ସେମିତି ଛାଡ଼ି ଦିଅନ୍ତି । ଏପରି କରିବା ଦ୍ୱାରା ଚାର୍ଜରରେ ନିଆଁ ଲାଗିଯିବାର ଭୟ ରହିଥାଏ ।

୪. ଯଦି ଚାର୍ଜ କରିବା ସମୟରେ ଫୋନ୍ ଗରମ ହୋଇଯାଏ ତେବେ ଏହା କୌଣସି ବିପଦକୁ ସୁଚାଇଥାଏ । ଏଭଳି ସ୍ଥିତିରେ ପଏଣ୍ଟରୁ ଚାର୍ଜର ବାହାର କରି ଫେନକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ । ସବୁବେଳେ ବ୍ୟାଟେରୀ ଗରମ ରହୁଥିଲେ ତୁରନ୍ତ ଏହାକୁ ବଦଳାନ୍ତୁ ।

୫. ସ୍ମାର୍ଟଫୋନକୁ କେବେ ବି କୋମଳ ପୃଷ୍ଠରେ ଚାର୍ଜ କରନ୍ତୁ ନାହିଁ । ଖଟ, ସୋଫା, ତକିଆ ଇତ୍ୟାଦି ଗରମକୁ ସହଜରେ ଟ୍ରାପ୍ କରିଥାଏ । ଫଳରେ ଫୋନ୍ ଓଭରହିଟ୍ ହୋଇପାରେ । ତେଣୁ ସବୁବେଳେ ଶକ୍ତ ପୃଷ୍ଠ ଯେପରି ଟେବୁଲ,  ଥାକ ଇତ୍ୟାଦି ଉପରେ ରେ ଫୋନ୍ ଚାର୍ଜ କରନ୍ତୁ । ଏହା ସୁରକ୍ଷିତ ଅଟେ ।

 

 

Get real time updates directly on you device, subscribe now.