fbpx

ସ୍ୱାମୀ ଏକାଠି ନ ରହିବାର ପରିସ୍ଥିତି ସୃଷ୍ଟି କଲେ ଗୁଜୁରାଣ ଭତ୍ତା ଦାବି କରିପାରିବେ ପତ୍ନୀ: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଓ ଗୁଜୁରାଣ ଭତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ଆବେଦନର ଶୁଣାଣି କରୁଥିବା ବେଳେ ହାଇକୋର୍ଟ କହିଛନ୍ତି କି, ଯଦି ସ୍ୱାମୀ ଏପରି ପରିସ୍ଥିତି ସୃଷ୍ଟି କରିବ, ଯେପରି ତାଙ୍କ ପତ୍ନୀ ତାଙ୍କ ସହ ଏକାଠି ଗୋଟିଏ ଘରେ ରହିନପାରିବେ । ତେବେ ଏଭଳି ପରିସ୍ଥିତିରେ ଅପରାଧିକ ଆଇନ ଅନୁସାରେ, ପତ୍ନୀଙ୍କୁ ଭରଣପୋଷଣ ଦାବିରୁ ପଞ୍ଚିତ କରାଯାଇ ପାରିବ ନାହିଁ ।

ଏହାର ଅର୍ଥ କି, ଯଦି ସ୍ୱାମୀ ଏକାଠି ନରହିବାର ପରିସ୍ଥିତି ସୃଷ୍ଟି କରନ୍ତି, ତେବେ ଗୁରୁରାଣ ଭତ୍ତା ପାଇଁ ପତ୍ନୀ ଆବେଦନ କରିପାରିବେ । କୋର୍ଟ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପତ୍ନୀଙ୍କ ଭରଣପୋଷଣ ସମ୍ବନ୍ଧୀୟ ଅପରାଧିକ ଦଣ୍ଡ ପ୍ରକ୍ରିୟା (ସିଆରପିସି) ର ଧାରା ୧୨୫ ପଛରେ ଥିବା ଉଦ୍ଦେଶ୍ୟକୁ ବିଚାରପତିମାନେ ଧ୍ୟାନ ରଖିବା ଉଚିତ୍ ।

ଭରଣପୋଷଣ ସମ୍ବନ୍ଧୀୟ ପ୍ରତ୍ୟେକ ବିଷୟକୁ ସମାନ ଭାବରେ ବିଚାର କରାଯିବା ଉଚିତ ନୁହେଁ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଓ ଏହା ସହ ସମ୍ପୃକ୍ତ କୋର୍ଟଗୁଡିକ ସମ୍ବେଦନଶୀଳ ଏବଂ ସତର୍କ ରହିବା ଉଚିତ ବୋଲି କହିଛନ୍ତି । ନିମ୍ନ ଅଦାଲତର ଆଦେଶ ବିରୋଧରେ ଜଣେ ମହିଳାଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଟ୍ରାଏଲ କୋର୍ଟ କହିଥିଲେ ଯେ, ଆବେଦନକାରୀ ସିଆରପିସି ଧାରା ୧୨୫ ଅଧିନରେ ଗୁଜୁରାଣ ଭତ୍ତା ପାଇବାକୁ ଦାବି କରିପାରିବେ ନାହିଁ, କାହିଁକି ନା ତଙ୍କେ ବିରୋଧରେ ବୈବାହିକ ଅଧିକାରର ପୁନରୁଦ୍ଧାର ପାଇଁ ଏକ ପୂର୍ବ-ଆଦେଶ ଦିଆଯାଇଥିଲା । ଜଷ୍ଟିସ୍ ସ୍ୱରଣ କାନ୍ତ ଶର୍ମା କହିଛନ୍ତି ଯେ, ଏହି ରାୟରେ ଟ୍ରାଏଲ କୋର୍ଟର ଯୁକ୍ତି ‘ତ୍ରୁଟିପୂର୍ଣ୍ଣ’ ।

Get real time updates directly on you device, subscribe now.