ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢିଙ୍କିଆରେ ଶାନ୍ତି ଫେରାଇ ଆଣିବା ପାଇଁ ଆଉ ଏକ ପାଦ ବଢାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଢିଙ୍କିଆରେ ଜନ ଶୁଣାଣି କରିବା ସହିତ ଶାନ୍ତି ଫେରାଇ ଆଣିବା ପାଇଁ ହାଇକୋର୍ଟ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟି ଆସନ୍ତା ମାର୍ଚ୍ଚ ୫ ତାରିଖରେ ଢିଙ୍କିଆ ଗସ୍ତ କରିବ । କମିଟି ଢିଙ୍କିଆ ଗସ୍ତ କରିବା ସହିତ ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବ ।
ଢିଙ୍କିଆରେ ଜନ ଶୁଣାଣି ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜନଶୁଣାଣି ସମୟରେ ଉଭୟ ଉପସ୍ଥିତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଢିଙ୍କିଆ ଗସ୍ତ ପରେ ୫ ଜଣିଆ କମିଟିର ପୃଥକ ପୃଥକ ରିପୋର୍ଟ ଦାଖଲ ପରେ ବୁଧବାର ଏହି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ।