ଶ୍ରଦ୍ଧାଞ୍ଜଳୀଙ୍କୁ ହାଇକୋର୍ଟଙ୍କ ଝଟକା; ମିଳିଲାନି ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ହନି ଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମାଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରତ୍ୟେକ ଦିନ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗଙ୍କ ଅଡୁଆ ବଢିବାର ଲାଗିଛି । ତେବେ ଏହି ମାମାଲାରେ ସପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ଇଡି ପଚରା ଉଚରା କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି । ଯେଉଁଥିରେ ଶ୍ରଦ୍ଧାଞ୍ଜଳୀ ବେହେରା ମଧ୍ୟ ସାମିଲ ଅଛିନ୍ତି । ତେବେ ଶ୍ରଦ୍ଧାଞ୍ଜଳୀଙ୍କୁ ଇଡି ଦୁଇ ଥର ଜେରା କରିବା ପରେ ତାଙ୍କୁ ଗିରଫ କରିଥଲା ।

ତେବେ ଶ୍ରଦ୍ଧାଞ୍ଜଳୀ ଗିରଫ ହେବା ପରେ ତାଙ୍କୁ ଆଜି ହାଇକୋର୍ଟଙ୍କ ଝଟକା ଲିଗିଛି । ତେବେ ଅନ୍ତରିଣ ସୁରକ୍ଷା ପାଇଁ ଶ୍ରଦ୍ଧଞ୍ଜଳୀ ଅପିଲ କରିଥବା ବେଳେ ଆଜି ହାଇକୋର୍ଟ ଏହାକୁ ମନା କରିଛନ୍ତି । ଏଥିସହିତ ତଦନ୍ତରେ ଇଡିଙ୍କୁ ସହେଯାଗ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି । ଫଳରେ ଶ୍ରଦ୍ଧାଞ୍ଜଳୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳି ପାରି ନାହିଁ । ତେବେ ଏହି ଘଟଣାରେ ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ଶ୍ରଦ୍ଧାଞ୍ଜଳୀଙ୍କ ଚିନ୍ତା ବଢି ଯାଇଛି ।

ଅନ୍ୟପକ୍ଷେ ଗତକାଲି ସ୍ୱାମୀ ଜଗବନ୍ଧୁ ଚନ୍ଦା ଏବଂ ନାଗଫାଶର ରାଣୀ ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଥିଲେ । ଫଳରେ ଇଡି ଉଭୟଙ୍କୁ ରିମାଣ୍ଡରେ ନେଇଛି । ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ୭ଦିନ ପାଇଁ ପୁଣି ଥରେ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ସେହିପରି ଜଗବନ୍ଧୁଙ୍କୁ ତାଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ କିନ୍ତୁ ତାଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଆଜି ଠାରୁ ଉଭୟ ସ୍ୱମୀ ସ୍ତ୍ରୀ ରିମାଣ୍ଡରେ ଅଛନ୍ତି । ତେବେ ଏହି ସମୟ ମଧ୍ୟରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାମନା ସାମନି କରି ପଚରା ଉଚରା କରିବ ଇଡି। ଫଳରେ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଅନେକ ଗୁମର ଖୋଲିବ ବୋଲି ଇଡି ଆଶା ପ୍ରକଟ କରୁଛି।