Breaking: ବଢ଼ିଲା କିଟ୍ ପ୍ରତିଷ୍ଠାତାଙ୍କ ଅଡ଼ୁଆ, ହାଜର ପାଇଁ ଉଚ୍ଚଶିକ୍ଷା ବିଭାଗର ଡାକରା

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ । ସରକାରଙ୍କ ହାଇ ଲେବଲ କମିଟି ଆଗରେ ହାଜର ହେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି ।

କାଲି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି । ହାଜର ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ।

ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ କିଟ ପ୍ରତିଷ୍ଠାତାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ନେପାଳୀ ପିଲାଙ୍କୁ ମାଡ଼ମାରି ହଷ୍ଟେଲରୁ ବାହାର କରିବାଠାରୁ ଆରମ୍ଭକରି ପିଲାଙ୍କୁ ଡରା ଧମକା କରିବା ପର୍ଯ୍ୟନ୍ତ ଅଭିଯୋଗ ଏବେ କିଟ ନାଁରେ ଅଛି ।
ଯାହାକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।