fbpx

କଣ ଏସି ଲଗାଇବା କାରଣରୁ ଆସୁଛି କି ଅଧିକ ଇଲେକ୍ଟ୍ରିକ୍ ବିଲ୍, ତେବେ ଆପଣାନ୍ତୁ ଏହିସବୁ ଟିପ୍ସ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା କାଳରେ ୱର୍କ ଫ୍ରମ୍ ହୋମ୍ ଆରମ୍ଭ ହେବା ପରଠାରୁ ଏୟାର କଣ୍ଡିସନର୍ ବା ଏସିର ଚାହିଦା ଖୁବ୍ ବଢ଼ିଯାଇଛି । ଯାହା ଫଳରେ ଦିନଯାକ ଘରେ ରହି କାମ କରିବାକୁ ପଡୁଥିବାରୁ ଇଲେକ୍ଟ୍ରିକ୍ ବିଲ୍ ମଧ୍ୟ ଅଧିକ ଆସୁଛି । ଯେଉଁଥିପାଇଁ ଉପଭୋକ୍ତା ଖୁବ୍ ଚିନ୍ତାରେ ଅଛନ୍ତି । ତେବେ ଏହି କଥା ଉପରେ ଦୃଷ୍ଟି ରଖି ଏୟାର କଣ୍ଡିସନର୍ ଇଣ୍ଡିଆ ଲିମିଟେଡ୍ ର ବିଜନେସ୍ ପ୍ଲାନିଂ ଆଣ୍ଡ ମାକେର୍ଟିଂ ଡିଭିଜନ୍ ର ଭାଇସ୍ ପ୍ରେସିଡେଣ୍ଟ ନୀଲେଶ ଶାହ କିଛି ଖାସ୍ ଟିପ୍ସ ଦେଇଛନ୍ତି । ଯାହା ସାହାଯ୍ୟରେ ଆପଣ ମାନେ ନିଜର ବିଜୁଳି ବିଲ୍ କୁ କମାଇ ପାରିବେ ।

ତାପମାତ୍ରାକୁ ଉପଯୁକ୍ତ ଲେବଲରେ ସେଟ୍ କରନ୍ତୁ

ଅଧିକ୍ ସମୟରେ ଆମେ ଦେଖିବାକୁ ପାଉଛେ ଯେ, ରୁମ୍ କୁ ଜଲଦୀ ଥଣ୍ଡା କରିବା ପାଇଁ ତାପାମାତ୍ରାକୁ ଯେତେ ପାରୁଛନ୍ତି କମ୍ କରି ଦେଉଛନ୍ତି । ଏସି ଅନ୍ କରିବା ମାତ୍ରେ ୧୮ ଡିଗ୍ରୀ ସେଲସିୟସ୍ ଲେବଲ୍ ରେ ସେଟ୍ କରି ଦେଉଛନ୍ତି । ଏହା କରିବା ଦ୍ୱାରା ବିଜୁଳି ବିଲ୍ ଅଧିକ ଆସିଥାଏ । ବ୍ୟୁରୋ ଅଫ୍ ଏନର୍ଜିର କହିବା ଅନୁସାରେ, ଏସିର ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହେବା ଆବଶ୍ୟକ । ଏହି ତାପମାତ୍ରା ମଣିଷ ଶରୀର ପାଇଁ ଉପଯୁକ୍ତ । ଏପରି କରିବା ଦ୍ୱାରା ୬ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ସଞ୍ଚୟ କରିପାରିବେ ।

ଅଧିକ ଷ୍ଟାର ଯୁକ୍ତ ଏସି ହିଁ କିଣନ୍ତୁ

ଏସି କିଣିବା ସମୟରେ ୫-ଷ୍ଟାର ରେଟିଂ ଏସି ହିଁ କିଣନ୍ତୁ । କାରଣ ଏହା ବିଜୁଳି କମ୍ ଖର୍ଚ୍ଚ କରିବ ।

ଟାଇମର୍ ସେଟ୍

ଏୟାର କଣ୍ଡିସନର୍ ରେ ଟାଇମର୍ ସେଟ୍ କରିବାର ସୁବିଧା ଦେଇଥାଏ । ଏହାର ଉପଯୁକ୍ତ ବ୍ୟବହାର କରନ୍ତୁ । ଯଦ୍ୱାରା ଆପଣ ମାନେ ବିଜୁଳି ବଞ୍ଚାଇପାରିବେ । ଏହା ସାହାଯ୍ୟରେ ଆପଣ ଶୋଇବା ପରେ ଆପେ ଆପେ ଏସି ଅଫ୍ ହୋଇଯିବ । ଆଉ ବିଜୁଳି ମଧ୍ୟ କମ୍ ଖର୍ଚ୍ଚ ହେବ ।

ନିୟମିତ ସର୍ଭିସିଂ କରିବା ଜରୁରୀ

ଏସି ବ୍ୟବହାର କରୁଥିଲେ ନିୟମିତ ସର୍ଭିସିଂ ବହୁତ ଜରୁରୀ । ବଜାରରେ ଉପଲବ୍ଧ ହେଉଥିବା ଏସି ମଧ୍ୟରେ ସମୟ ସମୟରେ ଧୂଳି ଜମିଯାଏ । ଆଉ ସଫା ନ କରିବା ଦ୍ୱାରା ଏହା ତାଜା ପବନ ଦେବା ପରିବର୍ତ୍ତେ ଦୁର୍ଗନ୍ଧ ପୂର୍ଣ୍ଣ ପବନ ଦେଇଥାଏ । ତେଣୁ ଏହାକୁ ବର୍ଷକୁ ଥରେ ସଫା କରିବା ନିହାତି ଆବଶ୍ୟକ । ଯାହାଦ୍ୱାରା ଖର୍ଚ୍ଚ ମଧ୍ୟ ବଞ୍ଚିଯାଏ । ତେବେ ଏହି ସବୁ ଉପାୟ ଆପଣାଇବା ଦ୍ୱାରା ଆପଣ ମାନେ ବିନା କୌଣସି ଚିନ୍ତାରେ ବିଜୁଳି ବିଲ୍ କମାଇପାରିବେ । ଆଉ ତଣ୍ଡା ବାତାବରଣ ଭିତରେ ରହିପାରିବେ । ଆଉ ଧ୍ୟାନରେ ରଖିବେ ଯେପରି ଏସି ଲାଗିବା ସମୟରେ ରୁମ୍ ର କବାଟ ଏବଂ ଝରକା ଆଦି ବନ୍ଦ ରଖନ୍ତୁ । ଯାହା ଦ୍ୱାରା ରୁମ୍ ଥଣ୍ଡା ରହିବ ଏବଂ ଏସି ଉପରେ ମଧ୍ୟ କମ୍ ଚାପ ପଡିବ ।

Get real time updates directly on you device, subscribe now.