ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ସିପିଆର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ତଦନ୍ତ ରିପୋର୍ଟ ପରେ ଏକ୍ସପ୍ରେସ ଦୁର୍ଘଟଣାର କାରଣ ଜଣାପଡିବ ।

ତେବେ ନିର୍ଗୁଣ୍ଡି ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଏହି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ । ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ସରିଥିବା ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ପୂର୍ବତଟ ରେଲୱେ ପକ୍ଷରୁ କରାଯାଇଛି । ଏହି ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଯାତ୍ରୀ ସୁରକ୍ଷିତ ଥିବାରୁ ଆଶ୍ୱସ୍ତିି ପ୍ରକାଶ କରିଛନ୍ତି ।