ଆଜିକାଲି ଷ୍ଟକ ବଜାରରେ ଭରସା କରିବା ମୁସକିଲ୍ ହୋଇପଡ଼ିଛି । ଷ୍ଟକ୍ ବଜାରରେ କେତେବେଳେ ସ୍ମଲ୍ କ୍ୟାପ୍ ଇଣ୍ଡେକ୍ସ ହ୍ରାସ ପାଉଛି ତ’ ଆଉ କେତେବେଳେ ଲାର୍ଜ୍ କ୍ୟାପ୍ କମ୍ପାନୀଗୁଡ଼ିକରେ ବିକ୍ରି ହେଉଛି । ଏପରି ପରିବେଶରେ ଯଦି ଜଣେ ନିବେଶକ କୌଣସି ବିପଦ ବିନା ସୁରକ୍ଷିତ ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ଚାହାଁନ୍ତି, ତେବେ ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ (ଟିଡି) ଏକ ଉତ୍କୃଷ୍ଟ ବିକଳ୍ପ ପ୍ରମାଣିତ ହୋଇପାରେ । ଏହା ଏକ ସରକାରୀ ଯୋଜନା, ଯାହା ଏକ ସ୍ଥିର ଜମା (ଏଫଡି) ପରି କାମ କରେ ଏବଂ ନିବେଶକମାନଙ୍କୁ ଏକ ସ୍ଥିର ସୁଧ ହାର ସହିତ ଆକର୍ଷଣୀୟ ରିଟର୍ଣ୍ଣ ପ୍ରଦାନ କରେ ।
ଛୋଟ ପରିମାଣରୁ ଆରମ୍ଭ କରନ୍ତୁ: ଏହି ଯୋଜନାରେ ନିବେଶ ମାତ୍ର ୧,୦୦୦ ଟଙ୍କାରୁ ଆରମ୍ଭ କରାଯାଇପାରିବ ଏବଂ ଏହାର କୌଣସି ସର୍ବାଧିକ ନିବେଶ ସୀମା ନାହିଁ ।
ନିରାପଦ ନିବେଶ: ସରକାରୀ ସମର୍ôଥତ ହୋଇଥିବାରୁ ପୁଞ୍ଜି ବୁଡ଼ିବାର କୌଣସି ଆଶଙ୍କା ନାହିଁ ।
ଟିକସ ଲାଭ: ଆୟକର ଆଇନର ଧାରା ୮୦ସି ଅନୁଯାୟୀ ୫ ବର୍ଷର ଟିଡି ଉପରେ ଟିକସ ଛାଡ଼ ।
ସମୟ ପୂର୍ବରୁ ଟଙ୍କା ଉଠାଣ: ଏହି ଯୋଜନା ୬ ମାସ ପରେ ଟଙ୍କା ଉଠାଣ ଅନୁମତି ଦିଏ । ଅବଶ୍ୟ ଏଥିପାଇଁ କିଛି ପେନାଲ୍ଟି ଲାଗୁ ହୋଇପାରେ ।
ଅଟୋ ରିନ୍ୟୁଆଲ ବିକଳ୍ପ: ଏହି ଯୋଜନା ପରିପକ୍ୱତା ପରେ ଅଟୋ ରିନ୍ୟୁଆଲର ସୁବିଧା ମଧ୍ୟ ପ୍ରଦାନ କରେ ।
୫ ବର୍ଷର ଯୋଜନାରେ ଆପଣ କେତେ ପାଇବେ ରିଟର୍ଣ୍ଣ?
ଯଦି ଜଣେ ନିବେଶକ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟରେ ୫ ବର୍ଷ ପାଇଁ ୧୦ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ତାଙ୍କୁ ୭.୫% ସୁଧ ହାର ମିଳିବ । ଏଥିରେ ମୋଟ ସୁଧ ୪,୪୯,୯୪୯ ଟଙ୍କା ଏବଂ ପରିପକ୍ୱତାରେ ମୋଟ ୧୪,୪୯,୯୪୯ ଟଙ୍କା ହେବ । ପ୍ରତି ତ୍ରୈମାସିକରେ ସୁଧ ବୃଦ୍ଧି ପାଏ, ଯାହା ଫଳରେ ଅଧିକ ରିଟର୍ଣ୍ଣ ମିଳିଥାଏ ।
ଯଦି ଆପଣ କୌଣସି ବିପଦ ବିନା ଆପଣଙ୍କ ଟଙ୍କାକୁ ସୁରକ୍ଷିତ ଏବଂ ଲାଭଜନକ ଉପାୟରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଏକ ଆଦର୍ଶ ବିକଳ୍ପ ହୋଇପାରେ ।