fbpx

ଜୁମ୍ ମିଟିଂ ସମୟରେ ଶିକ୍ଷକ କଲେ କିଛି ଏପରି, ସମସ୍ତଙ୍କୁ ବନ୍ଦ କରିବାକୁ ପଡିଲା ଆଖି

କରୋନା କାଳରେ ଜୁମ୍ ମିଟିଂର ବ୍ୟବହାର ବଢ଼ିବାରେ ଲାଗିଛି । କିନ୍ତୁ ଏହି ସମୟରେ କିଛି ଏପରି ଘଟଣା ଘଟିଛି, ଯେଉଁଥିପାଇଁ ମିଟିଂରେ ଥିବା ଅନ୍ୟମାନେ ଲଜ୍ଜାର ସାମ୍ନା କରିଛନ୍ତି । ସେହିପରି କିଛି ଘଟଣା କ୍ୟାରବିଆନ୍ ଦେଶ ଜାମାଇକାର ଏକ ସ୍କୁଲ ଶିକ୍ଷକଙ୍କ ସହିତ ହୋଇଛି । ନିଜ ସହଯୋଗୀଙ୍କ ସହ ଅନଲାଇନ ମିଟିଂ କରୁଥିବା ଶିକ୍ଷକଙ୍କୁ ବିଲକୁଲ ଜଣାପଡିନଥିଲା କି, ସେ ଯାହା କରୁଛନ୍ତି ତାହା ସମସ୍ତଙ୍କୁ ଦେଖାଯାଉଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତ ସପ୍ତାହରେ ବାର୍ଷିକ ଜମାଇକା ଟିଚର୍ସ ଆସୋସିଏସନ୍ ସମ୍ମିଳନୀ ସମ୍ପର୍କରେ ଏକ ଜୁମ୍ ମିଟିଂ ଆୟୋଜିତ କରାଯାଇଥିଲା । ଏହି ସମୟରେ କରୋନା ମହାମାରୀରେ ଶିକ୍ଷକଙ୍କ ଚ୍ୟାଲେଞ୍ଚ ବିଷୟରେ ଆଲୋଚନ ଚାଲିଥିଲା ଓ ସମସ୍ତେ ଧ୍ୟାନମଗ୍ନ ହୋଇ ଶୁଣୁଥିଲେ । ଏହି ସମୟରେ ଜଣେ ହାଇସ୍କୁଲ ଶିକ୍ଷକଙ୍କ ବେଡ୍ ନଜର ଆସିଲା ଓ ସେଥିରେ ଯାହା ଦେଖାଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ଲାଇଭ୍ ମିଟିଂରେ ସାମିଲ ହୋଇଥିବା ଶିକ୍ଷକ ନିଜ ପାର୍ଟନରଙ୍କ ସହିତ ଇଣ୍ଟିମେଟ୍ ହୋଇଥିଲେ । କିନ୍ତୁ ତାଙ୍କର ଧ୍ୟାନ ନଥିଲା କି, ତାହାର ଏଭଳି କାର୍ଯ୍ୟକୁ ସମସ୍ତେ ଲାଇଭ୍ ଦେଖୁଛନ୍ତି । ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ ଏଭଳି ଚାଲିଥିଲା ଓ ଶିକ୍ଷକଙ୍କୁ କିଛି ଜଣାନଥିଲା । ସେହି ସମୟରେ କେହିଜଣେ ମିଟିଂର କନେକ୍ସନକୁ କାଟିଥିଲା । କିନ୍ତୁ ଅଭିଯୁକ୍ତ ଶିକ୍ଷକଙ୍କୁ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଗଲା କି ନାହିଁ, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.