ଭୁବନେଶ୍ୱର: ହିସାବ ନ ଦେବାରୁ ସ୍ଥଗିତ ରହିଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା। ବାରମ୍ବାର ନୋଟିସ୍ ସତ୍ତ୍ୱେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଲା ଉଚ୍ଚ ଶିକ୍ଷା ବିଭାଗା
ମାନି ନଥିଲେ ନିୟମ: ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲ।। କିନ୍ତୁ କଲେଜ ଅଧ୍ୟକ୍ଷ ଏହି ନିୟମକୁ ଅବମାନନା କରିଥିଲୋ
କାପା ପୋର୍ଟାଲରେ ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଆକାଉଣ୍ଟ ଅପଡେଟ୍ କରିନଥିଲେ ।
ତେଣୁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ପକ୍ଷରୁ ଦରମା ବନ୍ଦ କରାଯାଇଛିା
ନିର୍ଦ୍ଦେଶ ଜାରି: ଯାଜପୁର ଜିଲ୍ଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛିା ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛିା