fbpx

ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର: ‘ପସନ୍ଦରେ କପଡ଼ା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର’ ବୋଲି କହିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା

Advertisement

ଓଡିଶା ଭାସ୍କର: ବିଜେପି ସରକାରକୁ ଚେକ୍ ଦେଲା କଂଗ୍ରେସ ସରକାର। ସ୍କୁଲ ଓ କଲେଜରେ ବିଜେପି ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ହଟାଇଛନ୍ତି। ଏଭଳି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟରେ। ଏନେଇ ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘୋଷଣା କରିଛନ୍ତି। ବ୍ୟାନ ହଟାଇବା ପରେ ସିଦ୍ଧରମେୟା କହିଛନ୍ତି,‘ପସନ୍ଦରେ କପଡ଼ା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର’।

ସୂଚନା ଥାଉକି, ୨୦୨୨ରେ ତତ୍କାଳୀନ ଭାଜପା ସରକାର ସ୍କୁଲ ଓ କଲେଜରେ ହିଜାବ ବ୍ୟାନ କରିଥିଲେ। ଫେବୃଆରୀ ୨୦୨୨ରେ, ଉଡୁପିର ଏକ ସରକାରୀ କଲେଜ ଶ୍ରେଣୀଗୃହରେ ହିଜାବକୁ ନିଷିଦ୍ଧ କରାଯାଇଥିଲା । ଏହାପରେ ଆଉ କିଛି ଶିକ୍ଷାନୁଷ୍ଠାନ ଏହାକୁ ଅନୁସରଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସବୁ କୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ କ୍ୟାମ୍ପସରୁ ହିଜାବକୁ ବ୍ୟାନ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧି ଆସିବାକୁ ଅନୁମତି ଦେଇଥିଲେ। ଆଉ ଶେଷରେ ଆଜି ଏହି ବ୍ୟାନକୁ ସମ୍ପୂର୍ଣ୍ଣ ହଟାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଧରମେୟା । ‘ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶ କଥା ମିଛ। ଭାଜପା ପୋଷାକ ଓ ଜାତି ଆଧାରରେ ଲୋକ ଏବଂ ସମାଜକୁ ଭାଗ କରୁଛି’ ବୋଲି ସିଦ୍ଧରମେୟା କହିଛନ୍ତି।

 

 

Get real time updates directly on you device, subscribe now.