fbpx

ବିଜେପିକୁ ଝଟକା: କାହିଁକି ଇସ୍ତଫା ଦେଲେ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଗୋଟିଏ ପଟେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରାଜନୀତି ସରଗରମ୍ ରହିଥିବା ବେଳେ ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ବିଭିନ୍ନ ରାଜ୍ୟରେ ତା’ର ମଙ୍ଗୁଆଳଙ୍କୁ ପରିବର୍ତ୍ତନ କରିବା ସହିତ ସଂଗଠନକୁ ମଜବୁତ କରୁଛି । କର୍ଣ୍ଣାଟକ ନିର୍ବାଚନ ପାଇଁ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୪୦ ଜଣ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ବିଭିନ୍ନ ରାଜ୍ୟର ବହୁ ହେଭିୱେଟଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।

ତେବେ ଏହା ମଧ୍ୟରେ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ହିମାଚଳ ପ୍ରଦେଶ ରାଜ୍ୟ ବିଜେପି ସଭାପତି ସୁରେଶ କାଶ୍ୟପ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ମାସ ୨ ତାରିଖରେ ରାଜ୍ୟରେ ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମଧ୍ୟରେ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ତେବେ ସୁରେଶ କାହିଁକି ଇସ୍ତଫା ଦେଲେ ସେନେଇ କିଛି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବିଜେପି ଶାସିତ ରାଜ୍ୟ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ବିରୋଧରେ ଦଳର କିଛି ବିଧାୟକ ଦିଲ୍ଲୀ ଯାଇ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.