fbpx

ସାରା ଜୀବନର ଅର୍ଜିତ ଧନ ଦାନ କରି ଉଦାହରଣ ପାଲଟିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ

Advertisement

ଶିମଲା; ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶୁକ୍ରବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ସାରା ଜୀବନର ଅର୍ଜିତ ଧନ ୫୧ ଲକ୍ଷ ମୂଲ୍ୟର ଟଙ୍କା ଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏବଂ ପତ୍ନୀ କମଲେଶ ଠାକୁର ତାଙ୍କ ସରକାରୀ ବାସଭବନରେ ମୁଖ୍ୟ ଶାସନ ସଚିବ ପ୍ରବୋଧ ସାକ୍ସେନାଙ୍କୁ ୫୧ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି ବୋଲି ଏକ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି।

ସେ କହିଛନ୍ତି, ସାମ୍ପ୍ରତିକ ମୌସୁମୀ ପ୍ରଭାବରେ ୨୬୦ ରୁ ଅଧିକ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଥିଲା ଏବଂ ଅନେକ ଲୋକ ଭୂମିହୀନ ହୋଇପଡିଥିଲେ। ବେସାହାରା ଅବସ୍ଥାରେ ସେମାନେ ଅନେକ କିଛି ହରାଇଛନ୍ତି। ଏହି ସମୟରେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ମୁଁ ବହୁତ ଭଲ ଭାବେ ବୁଝି ପାରିଥିଲି। ତେବେ ପ୍ରଭାବିତ ଜନସାଧାରଣଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏତେ ବଡ଼ ଦାନକୁ ନେଇ ସବୁଠି ଅନେକ ଚର୍ଚ୍ଚା ଓ ପ୍ରଶଂସା କରାଯାଉଛି।

Get real time updates directly on you device, subscribe now.