fbpx

ହିମାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ବିୟୋଗ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ସିମ୍ମୀ ଅଗ୍ନିହୋତ୍ରୀଙ୍କ ପରଲୋକ ଘଟିଛି । ଏନେଇ ବିଳମ୍ବିତ ରାତ୍ରିରେ ଶ୍ରୀ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି । ଶ୍ରୀମତୀ ଅଗ୍ନିହୋତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବା ଫଳରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଶ୍ରୀମତୀ ଅଗ୍ନିହୋତ୍ରୀ ଜଣେ ଶିକ୍ଷାବିତ ଭାବେ ବେଶ୍ ପରିଚିତ ଥିଲେ । ସେ ହିମାଚଳ ପ୍ରଦେଶ ୟୁନିଭରସିଟିର ପବ୍ଲିକ ଆଡମିନିଷ୍ଟ୍ରେସନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ପରେ ବିଳମ୍ବିତ ରାତ୍ରିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଗ୍ନିହୋତ୍ରୀ ସୂଚନ ଦେଇଥିଲେ । ‘ଆମର ପ୍ରିୟ ପ୍ରଫେସର ଆମକୁ ସବୁଦିନ ପାଇଁ ଛାଡ଼ି ଚାଲିଗଲେ’ ବୋଲି ଶ୍ରୀ ଅଗ୍ନିହୋତ୍ରୀ ଲେଖିଥିଲେ । ଶ୍ରୀମତୀ ଅଗ୍ନିହୋତ୍ରୀଙ୍କ ମୃତ୍ୟୁ ଖବର ପାଇବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବହୁ ଲୋକ ଶେଷ ଦର୍ଶନ ପାଇଁ ଯାଇଥିଲେ ।

Get real time updates directly on you device, subscribe now.