fbpx

ଭାରତ ପାଇଁ ଷଡଯନ୍ତ୍ର କରୁଛି ଚିନ୍: ହୱନଟୋଟା ବନ୍ଦର ଉପରେ ଦିଲ୍ଲୀର ନଜର, ଚିନ୍ତାରେ ଆମେରିକା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ହୱନଟୋଟା ବନ୍ଦରରେ ଚିନ୍ ଜାହାଜର ଉପସ୍ଥିତିକୁ ନେଇ ଆମେରିକା ଓ ଭାରତ ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ନେଇ ଚିନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ୟୁଆନ୍ ୱାଙ୍ଗ -୫ ଜାହାଜ କୌଣସି ଦେଶକୁ ପ୍ରଭାବିତ କରିବ ନାହିଁ । ଏଥି ସହତି ଏହି ଜାହାଜ ଶ୍ରୀଲଙ୍କାକୁ ସକ୍ରିୟ ସହଯୋଗ ନିମନ୍ତେ ହୱନଟୋଟା ବନ୍ଦରରେ ସଫଳତାର ସହ ଅବତରଣ କରିଛି ।

ଚିନ୍ ଶ୍ରୀଲଙ୍କାକୁ କରୁଥିବା ଆର୍ଥିକ ସହାୟତାକୁ ନେଇ ଏକ ପ୍ରଶ୍ନ ଲୁଚାଇଛି । ଯାହାକୁ ନେଇ ଭାରତ ଓ ଆମେରିକା ମନରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଚିନ୍ ଋଣ ସମେତ ଆମେରିକାର ୫୧ ବିଲିୟନ ଡଲାର ଋଣ ଶ୍ରୀଲଙ୍କାରୁ ଦେବାଳିଆ କରିଦେଇଛି । ଯାହାଫଳରେ ଚିନ୍ ଶ୍ରୀଲଙ୍କାକୁ ସାହାଯ୍ୟ କରି ମିତ୍ରତାର ହାତ ବଢାଇଛି ।

ବୈଲେଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଉପଗ୍ରହ ଚିହ୍ନଟ କରିବରେ ସକ୍ଷମ ଥିବା ୟୁଆନ୍ ୱାଙ୍ଗ -୫ ଜାହାଜ ଆଜି ଶ୍ରୀଲଙ୍କାରେ ପହଞ୍ଚିଥିବା ବେଳେ ଏହା ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ହୱନ ଟୋଟା ବନ୍ଦରରେ ରହିବ । ତେବେ ଚିନ୍ ଜାହାଜରେ ଥିବା ଯନ୍ତ୍ରପାତିକୁ ନେଇ ଆମେରିକା ଓ ଭାରତ ଚିନ୍ତା ପ୍ରକଟ କରିବା ସହ ଶ୍ରୀଲଙ୍କା ସରକାରଙ୍କ ସହ କଥା ହୋଇଥିଲେ । ତେବେ ଶ୍ରୀଲଙ୍କା ସରକାର ଚିନ୍ ସରକାକଙ୍କୁ ବିଳମ୍ବରେ ଜାହାଜ ପଠାଇବାକୁ କହିଥିଲେ ମଧ୍ୟ ଚିନ୍ ଏହାକୁ ଶୁଣି ନଥିଲେ । ତେବେ ଶ୍ରୀଲଙ୍କାରେ ଚିନ୍ ଜାହାଜର ଉପସ୍ଥିତିକୁ ନେଇ ଆଗକୁ ବିପଦ ଅଛି ବୋଲି ଆଶଙ୍କା କରୁଛି ଭାରତ ।

Get real time updates directly on you device, subscribe now.