ଭାରତୀୟ ଛାଡପତ୍ର ବା ତଲାକ ଆଇନ କଣ ? କେଉଁ ପରିସ୍ଥିତିରେ ପତି-ପତ୍ନୀ ଆବେଦନ କରି ପାରିବେ

ନୂଆଦିଲ୍ଲୀ: ଛାଡପତ୍ର ବା ତଲାକ କୌଣସି ବି ଦମ୍ପତ୍ତିଙ୍କ ପାଇଁ ସବୁଠୁ ବଡ ଯନ୍ତ୍ରଣା ଏବଂ ଦୁଃଖଦାୟକ ଘଟଣା ହୋଇଥାଏ। ଯଦି ଅଦାଲତରେ ଛାଡପତ୍ରର ମୋକଦ୍ଦମା ଚାଲେ ତେବେ ଏହା ବହୁତ ମହଙ୍ଗା ଏବଂ ସମୟ ସାକ୍ଷେପ ହୋଇଯାଏ। ଏପରିକି ଯେଉଁ ଦମ୍ପତ୍ତି ବା ଯୋଡି ଛାଡପତ୍ର ପାଇଁ ପରସ୍ପର ସହମତି ଥାଆନ୍ତି ସେମାନଙ୍କୁ ସାବ୍ୟସ୍ତ କରିବାକୁ ପଡିଥାଏ ଯେ, ତାଙ୍କ ଆବେଦନ ଉପରେ ବିଚାର କରାଯିବାର ଏକ ବର୍ଷ ପୂର୍ବରୁ ସେମାନେ ଅଲଗା ହେଉଛନ୍ତି।

ଭାରତରେ ତଲାକ ପାଇଁ ଅଧିକାଂଶ ବ୍ୟକ୍ତିଗତ ମାମଲା ଧର୍ମ ସହିତ ଜଡିତ ରହିଥାଏ। ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଜୈନଙ୍କ ମଧ୍ୟରେ ତଲାକ ହିନ୍ଦୁ ବିବାହ ଅଧିନିୟମ, ୧୯୫୫, ମୁସଲିମ ବିବାହ ବିଚ୍ଛେଦ ଅଧିନିୟମ ୧୯୩୯, ପାରସି ବିବାହ ଓ ତଲାକ ଅଧିନିୟମ ୧୯୩୬ ଏବଂ ଭାରତୀୟ ତଲାକ ଅଧିନିୟମ ୧୮୬୯ ଆଧାରରେ ଛାଡପତ୍ର ଦିଆଯାଏ। ସମସ୍ତ ନାଗରିକ ଏବଂ ଅନ୍ତଃସମୁଦାୟ ବିବାହ ବିଶେଷ ଅଧିନିୟମ ୧୯୫୬ ଦ୍ଵାରା ପରିଚାଳିତ ହୋଇଥାଏ।

ଛାଡପତ୍ର ବା ତଲାକ ଆବେଦନ କେତେ ପ୍ରକାର
ଜଣେ ଦମ୍ପତ୍ତିଙ୍କୁ ପରସ୍ପର ସହମତି ଭିତ୍ତିରେ ଛାଡପତ୍ର ମିଳି ପାରିବ କିମ୍ବା ପତି-ପତ୍ନୀ ପରସ୍ପରର ସହମତି ବିନା ବି ଛାଡପତ୍ର ପାଇଁ ଆବେଦନ କରି ପାରିବେ।
ପରସ୍ପର ସହମତିରେ ଛାଡପତ୍ର
ଯେବେ ପତି ଏବଂ ପତ୍ନୀ ଉଭୟ ଛାଡପତ୍ର ପାଇଁ ସହମତି ଥାଆନ୍ତି ତେବେ ଅଦାଲତ ପରସ୍ପର ସହମତିରେ ଛାଡପତ୍ର ଯାଚିକା ସ୍ଵୀକାର କରାଯିବା ଉପରେ ବିଚାର କରିଥାନ୍ତି। କିନ୍ତୁ ଏଥିପାଇଁ ଦମ୍ପତ୍ତିଙ୍କୁ ଏକ କିମ୍ବା ଦୁଇ ବର୍ଷ ପାଇଁ ଅଲଗା ରହିବା ଉଚିତ୍ ଏବଂ ଏହା ପ୍ରମାଣିତ କରିବେ ଯେ, ଦୁହେଁ ପରସ୍ପର ସହିତ ଏକାଠି ରହି ପାରୁ ନାହାନ୍ତି। ସର୍ବଦା ଏକାଠି ରହି ପାରୁନଥିବା ଦମ୍ପତ୍ତି ହିଁ ଛାଡପତ୍ର ପାଇଁ ଆବେଦନ କରିଥାଆନ୍ତି ଏବଂ ପରସ୍ପରର ସହମତି ପ୍ରଦାନ କରିଥାନ୍ତି। କାରଣ ଏମିତି ହେଲେ ଛାଡପତ୍ର ଖର୍ଚ୍ଚ ଶସ୍ତା ହୋଇଯାଏ। ମାମଲା ବି ଶୀଘ୍ର ସରିଯାଏ। ପିଲାଙ୍କ ଲାଳନ ପାଳନ ଏବଂ ସଂପତ୍ତିର ଅଧିକାର ପରି ମାମଲାକୁ ପରସ୍ପର ସହମତିରେ ବି ସମାଧାନ କରାଯାଏ।
ଏମିତି ତିନୋଟି ଦିଗ ରହିଛି ଯେଉଁଠି ପତି ଏବଂ ପତ୍ନୀଙ୍କୁ ସହମତି ଦେବାକୁ ପଡିଥାଏ

ପ୍ରଥମ ଭରଣପୋଷଣ
ଆଇନ ଅନୁସାରେ ଭରଣପୋଷଣ ପାଇଁ କୌଣସି ସର୍ବନିମ୍ନ ଏବଂ ସର୍ବାଧିକ ଅର୍ଥ ରାଶିର ନିୟମ ନାହିଁ। ଆୟ ଏବଂ ଖର୍ଚ୍ଚ ହିସାବରେ ହିଁ ଏହା ସ୍ଥିର କରାଯାଏ ଯେ ଭରଣପୋଷଣ ପାଇଁ କେତେ ଟଙ୍କା ଦେବା ଉଚିତ୍।

ଦ୍ଵିତୀୟ ପିଲାର ଲାଳନପାଳନ
ଦ୍ଵିତୀୟ ପିଲାର ଲାଳନପାଳନ ବା କାହା ପାଖରେ ରହିବ। ଏହା ନିଶ୍ଚିତ ରୂପେ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଆଲୋଚନା ହେବା ଉଚିତ୍। କାରଣ ଛାଡପତ୍ର ସମୟରେ ହିଁ ପିଲାର ଭରଣପୋଷଣ ପାଇଁ ମୋଟା ଅଙ୍କର ଅର୍ଥ ରାଶି ଦେବାକୁ ପଡିଥାଏ। ପତି ଏବଂ ପତ୍ନୀଙ୍କ ସହମତି କ୍ରମେ ପିଲାଙ୍କୁ ସମୟ ନିର୍ଦ୍ଧାରିତ କରି ଉଭୟ ପକ୍ଷଙ୍କୁ ଦିଆଯାଏ କିମ୍ବା ଚାଇଲ୍ଡ ଲାଇନ୍ ବିଭାଗକୁ ହସ୍ତାନ୍ତର କରାଯାଏ।

ତୃତୀୟ ସଂପତ୍ତି
ପତି ଏବଂ ପତ୍ନୀକୁ ଏହା ସ୍ଥିର କରିବାକୁ ପଡିବ ଯେ, କାହାକୁ କେତେ ସଂପତ୍ତି ମିଳିବା ଉଚିତ୍। ଏଥିରେ ଚଳ ଏବଂ ଅଚଳ ସଂପତ୍ତି ଉଭୟ ସାମିଲ୍। ବ୍ୟାଙ୍କରେ ଜମା ରାଶି ଉଭୟ ପକ୍ଷଙ୍କ ମଧ୍ୟରେ ବଣ୍ଟାଯାଏ। ଯେ ପର୍ଯ୍ୟନ୍ତ ଉଭୟ ସହମତି ପ୍ରଦାନ କରିନଥାନ୍ତି ସେ ପର୍ଯ୍ୟନ୍ତ ଏହି ସବୁ ପ୍ରକ୍ରିୟା ମାନ୍ୟ ହୋଇନଥାଏ।
ଅଦାଲତଙ୍କ ନିର୍ଣ୍ଣୟ ଆଧାରରେ ପରସ୍ପତି ସହମତି ଭିତ୍ତିରେ ଛାପପତ୍ରର ଅବଧି ଛଅରୁ ୧୮ ମାସ ପର୍ଯ୍ୟନ୍ତ ଚାଲିଥାଏ। ସାଧାରଣତଃ ଅଦାଲତ ପରସ୍ପର ସହମତିରେ ଛାଡପତ୍ର ମାମଲାକୁ ଶୀଘ୍ର ସମାପ୍ତ କରିବାକୁ ପସନ୍ଦ କରିଥାନ୍ତି।

ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧୩ବି ଏବଂ ସ୍ଵତନ୍ତ୍ର ବିବାହ ଅଧିନିୟମ ୧୯୫୪ର ଧାରା ୨୮ ଅନୁସାରେ ଛାଡପତ୍ରର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଦମ୍ପତ୍ତିଙ୍କୁ ଅତି କମରେ ଗୋଟିଏ ବର୍ଷ ଅଲଗା ରହିବାକୁ ପଡିଥାଏ। ତଲାକ ଅଧିନିୟମ ୧୮୬୯ର ଧାରା ୧୦ଏ ଅନୁସାରେ ଦମ୍ପତ୍ତିଙ୍କୁ ଅତି କମରେ ଦୁଇ ବର୍ଷ ଅଲଗା ରହିବା ଆବଶ୍ୟକ। ଉଲ୍ଲେଖନୀୟ ଅଲଗା ଅଲଗା ରହିବାର ଅର୍ଥ ଏହା ଜରୁରୀ ନୁହେଁ ଯେ, ଭିନ୍ନ ଭିନ୍ନ ସ୍ଥାନରେ ରହିବା। ଦମ୍ପତ୍ତିଙ୍କୁ କେବଳ ଏହା ଦର୍ଶାଇବାକୁ ପଡିବ ଯେ ସେହି ସମୟରେ ଦୁହେଁ ପତି-ପତ୍ନୀ ହିସାବରେ ରହିନାହାନ୍ତି।

ପରସ୍ପର ସହମତି ବିନା ହେଉଥିବା ଛାଡପତ୍ର
ବିନା ପରସ୍ପର ସହମତିରେ ହେଉଥିବା ଛାଡପତ୍ର ବହୁତ ବିବାଦୀୟ ରହିଥାଏ। ଗୋଟିଏ ବିବାଦୀୟ ଛାଡପତ୍ର ମାମଲାରେ କିଛି ବିଶିଷ୍ଟ ଆଧାର ରହିଛି ଯାହା ଉପରେ ଯାଚିକା ପ୍ରସ୍ତୁତ କରାଯାଇ ପାରିବ। ଏମିତି ନୁହେଁ ଯେ, ପତି ଏବଂ ପତ୍ନୀ ବିନା କାରଣରେ ଛାପପତ୍ର ପାଇଁ ଆବେଦନ କରିବେ। ଏହି ପ୍ରକାରେ ରହିଛି ଛାଡପତ୍ରର କାରଣ, କିନ୍ତୁ ଏହା ସମସ୍ତ ଧର୍ମ ଉପରେ ଲାଗୁ ହୁଏ ନାହିଁ।

କ୍ରୁରତା ବା ନିର୍ଯାତନା
ନିର୍ଯାତନା ଶାରୀରିକ କିମ୍ବା ମାନସିକ ହୋଇପାରେ। ଭାରତରେ ହିନ୍ଦୁ ତଲାକ ଅନୁସାରେ ଯଦି ଜଣେ ପତି କିମ୍ବା ପତ୍ନୀ ଏହା ଆଶଙ୍କା କରୁଛନ୍ତି ଯେ, ପରସ୍ପରର ଆଚରଣ ଉଭୟଙ୍କ ପାଇଁ କ୍ଷତିକାରକ ହେଉଛି ତେବେ ଏହି କ୍ଷେତ୍ରରେ କ୍ରୁରତା ଆଧାରରେ ଛାଡପତ୍ର ପାଇଁ ଆବେଦନ କରାଯାଇ ପାରିବ।

ପର ସ୍ତ୍ରୀ ପ୍ରତି ମନ
ଭାରତରେ ଜଣେ ମଣିଷ ବିବାହ ପରେ ବି ଅନ୍ୟ କୌଣସି ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିଥାଏ। ଏମିତିରେ ପତ୍ନୀ ଅପରାଧିକ ଅଭିଯୋଗ ଆଣି ପାରିବେ। ପତ୍ନୀ ସିଭିଲ ଉପଚାର ଭାବେ ଛାଡପତ୍ର ପାଇଁ ଆବେଦନ କରି ପାରିବେ। ଅନ୍ୟପକ୍ଷେ ଯଦି ପତ୍ନୀ ପର ପୁରୁଷ ସହ ସଂପର୍କ ରଖେ, ତେବେ ତା ଉପରେ ଅପରାଧିକ ମାମଲା ଲଗାଯାଇ ପାରିବ ନାହିଁ। କିନ୍ତୁ ଅଦାଲତ ସ୍ଵାମୀ ଉପରେ ପର ସ୍ତ୍ରୀ ସହ ସଂପର୍କ ରଖିବା ଅପରାଧରେ ମୋକଦ୍ଦମା ଚଲାଇ ପାରିବେ।

ପତି କିମ୍ବା ପତ୍ନୀ ବିନା ଉଚିତ୍ କାରଣ ଦର୍ଶାଇ ତଲାକ ନେଇ ପାରିବେ ନାହିଁ। ଯେଉଁଠି ପତି-ପତ୍ନୀ ପରସ୍ପରକୁ ଛାଡି ଅଲଗା ରୁହନ୍ତି ସେହି କ୍ଷେତ୍ରରେ ଉଭୟଙ୍କୁ ଅଲଗା ରହୁଥିବାର ପ୍ରମାଣ ଦେବାକୁ ପଡିଥାଏ। ହିନ୍ଦୁ ଆଇନ ଅନୁସାରେ ପତି ଏବଂ ପତ୍ନୀଙ୍କୁ ଅତି କମରେ ଦୁଇ ବର୍ଷ ଅଲଗା ରହିବା ଉଚିତ୍। କିନ୍ତୁ ଖ୍ରୀଷ୍ଟିୟାନ ସଂପ୍ରଦାୟରେ କେବଳ ଏହି କାରଣ ପାଇଁ ତଲାକ ଆବେଦନ କରି ପାରିବେ ନାହିଁ।

ଧର୍ମ ପରିବର୍ତ୍ତନ:ପତି ଏବଂ ପତ୍ନୀ ସେହି ସମୟରେ ଛାଡପତ୍ର ପାଇଁ ଆବେଦନ କରି ପାରିବେ ଯଦି ପତି ଅନ୍ୟ ଧର୍ମରେ ପରିବର୍ତ୍ତିତ ହୋଇଯାଏ।
ମାନସିକ ବିକାର:ଯଦି ପତି-ପତ୍ନୀ ମାନସିକ ରୋଗ କାରଣରୁ ବିବାହରେ ଆବଶ୍ୟକ କର୍ତ୍ତବ୍ୟ ପାଳନ କରିବାରେ ଅସମର୍ଥ ହୁଅନ୍ତି ତେବେ ଛାଡପତ୍ର ପାଇଁ ଆବେଦନ କରାଯାଇ ପାରିବ।
ସଂକ୍ରାମକ ରୋଗ:ଯଦି ପତି/ପତ୍ନୀ ଏଚଆଇଭି/ଏଡ୍ସ, କୁଷ୍ଠ ରୋଗ ପରି ସଂକ୍ରାମକ ରୋଗରେ ପୀଡିତ ତେବେ ଭାରତରେ ହିନ୍ଦୁ ଛାଡପତ୍ର ଅନୁଯାୟୀ, ଅନ୍ୟ ପକ୍ଷ ତଲାକ ପାଇ ପାରିବେ।
ସଂସାର ତ୍ୟାଗ:ଯଦି ପତି/ପତ୍ନୀ ନିଜର ବୈବାହିକ ଜୀବନ ତ୍ୟାଗ କରନ୍ତି ଏବଂ ସନ୍ନ୍ୟାସ ଜୀବନ ଗ୍ରହଣ କରନ୍ତି ତେବେ ପତି/ପତ୍ନୀ ଛାଡପତ୍ର ପାଇଁ ଆବେଦନ କରି ପାରିବେ।

ଛାଡପତ୍ର ପାଇଁ ଆବଶ୍ୟକ କାଗଜପତ୍ର
୧ – ସ୍ଵାମୀଙ୍କ ଠିକଣାର ପ୍ରମାଣ
୨ – ସ୍ତ୍ରୀର ଠିକଣାର ପ୍ରମାଣ
୩ – ବିବାହ ପ୍ରମାଣ ପତ୍ର
୪ – ପତି ଏବଂ ପତ୍ନୀଙ୍କ ବିବାହର ଚାରୋଟି ପାସପୋର୍ଟ ସାଇଜ୍ ଫଟୋ
୫ – ଗୋଟିଏ ବର୍ଷ ଅଲଗା ରହିଥିବାର ପ୍ରମାଣ
୬ – ସମାଧାନ କରିବାରେ ବିଫଳ ହୋଇଥିବାର ସମ୍ବନ୍ଧିତ ସାକ୍ଷ୍ୟ
୭ – ଗତ ଦୁଇ-ତିନି ବର୍ଷର ଆୟର ବିବରଣୀ
୮ – ପେଶାର ବିବରଣୀ ଏବଂ ବର୍ତ୍ତମାନର ପାରିଶ୍ରମିକ
୯ – ପାରିବାରିକ ପୃଷ୍ଠଭୂମି ସଂପର୍କିତ ସୂଚନା
୧୦ – ଆବେଦନକାରୀଙ୍କ ସ୍ଵାମିତ୍ଵରେ ଥିବା ସଂପତ୍ତି ଏବଂ ଅନ୍ୟ ସଂପତ୍ତିର ବିବରଣୀ