fbpx

ଜଳସମ୍ପଦ ବିଭାଗର ନୂଆ ପ୍ରୟାସ: ୬୬୨ କୋଟି ବ୍ୟୟ ଅଟକଳରେ ହେବ ‘ହୀରା ଲିଫ୍ଟ’

Advertisement

ଓଡ଼ିଶା ଭାସ୍କର: ରାଜ୍ୟରେ ଅଧିକରୁ ଅଧିକ ଚାଷଜମିରେ ସେଡ ସାମର୍ଥ୍ୟ ସୃଷ୍ଟି ପାଇଁ ରାଜ୍ୟ ସରକାର କ୍ରମାଗତ ପଦକ୍ଷେପ ନେଇଆସୁଛନ୍ତି । ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କ୍ଷେତକୁ ଜଳ ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ବିଭାଗ ପକ୍ଷରୁ ‘ହୀରା ଲିଫ୍ଟ’ ନାମରେ ଏକ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି । ଏବଂ ଖୁବଶୀଘ୍ର ସମ୍ପୂର୍ଣ୍ଣ ରୂପେ ସୌର ଶକ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ତେବେ ପ୍ରକଳ୍ପଟି ସୌର ଶକ୍ତି ଉପରେ ଆଧାରିତ ହୋଇଥିବାରୁ ଏହାକୁ ବିଭାଗ ଅନୁମତି ଦେବାର ଅଧିକ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଏହି ଯୋଜନାର କାର୍ଯ୍ୟନ୍ଵୟନ ପାଇଁ ବିଭାଗ ପକ୍ଷରୁ ମୋଟ ୬୬୨ କୋଟି ଟଙ୍କା ଖର୍ଚ୍ଚ କରିବ। ଏହି ସୋଲାର ସିଷ୍ଟମ ପ୍ରତିଷ୍ଠା ପାଇଁ ପ୍ରାୟ ୫ ଏକର ଜମି ଆବଶ୍ୟକ ପଡିବ ଏବଂ ବିଭାଗ ପକ୍ଷରୁ ଖୁବଶୀଘ୍ର ପ୍ରକଳ୍ପ ବାବଦରେ ଏକ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯାଇ ଉପସ୍ଥାପନ କରାଯିବ। ଅନ୍ୟପଟେ ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଥିବା ବେଳେ ବିଭିନ୍ନ ଆବଶ୍ୟକୀୟ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଫେବ୍ରୁଆରୀ ଶେଷ ସୁଦ୍ଧା ଜଳସମ୍ପଦ ବିଭାଗକୁ ଆବଣ୍ଟିତ ହୋଇଥିବା ଅର୍ଥର ପ୍ରାୟ ୬୬ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବିଭାଗ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତେବେ । ଏହାକୁ ପୂରଣ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.