fbpx

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌, ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍ । ଆଜି ବର୍ଷର ପ୍ରଥମ ବନ୍ୟ ଜଳ ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି । ଆଜି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ମଧ୍ୟାହ୍ନ ୧୨ଟା ଭିତରେ ୭ଟି , ୧୨ଟାରୁ ୪ଟା ଭିତରେ ଅନ୍ୟ ୭ଟି ଖୋଲାଯିବ । ଏହାପରେ ୪ଟା ପରେ ଅନ୍ୟ ୬ଟି ଗେଟ୍ ଖୋଲାଯିବ ବୋଲି ସୂଚନା ରହିଛି । ଆଜି ୨୦ଟି ଗେଟ୍ ଖୋଲୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯତେଷ୍ଟ ସମ୍ଭାବନା ଥିବାରୁ ନଦୀ କୂଳଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନାନ୍ତର ହେବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ କରାଯାଇଛି । ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୨୯ ଫୁଟରେ ପହଂଚିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୧୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.