ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ପୂଜାର୍ଚ୍ଚନା ପରେ 6 ଟି ଗେଟ୍ ଖୋଲାଯିବ
ଆସନ୍ତାକାଲି ଖୋଲିବ ହୀରାକୁଦର 6 ଗେଟ୍ । କଲମା ଗେଟ ଖୋଲିବାରୁ ଜଳସ୍ତର ବଢିଛି । ପୂଜାର୍ଚ୍ଚନା ପରେ ହୀରାକୁଦର 6 ଟି ଗେଟ୍ ଖୋଲାଯିବ ।
ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦର 6 ଗେଟ୍ । କଲମା ଗେଟ ଖୋଲିବାରୁ ଜଳସ୍ତର ବଢିଛି । ପୂଜାର୍ଚ୍ଚନା ପରେ ହୀରାକୁଦର 6 ଟି ଗେଟ୍ ଖୋଲାଯିବ । ଗେଟ ଖୋଲାଯିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ସୁଶିଲ ବେହେରାଙ୍କ ସୂଚନା । ପରେ ନଦୀର ଜଳସ୍ତର ଦେଖି ନିଷ୍କାସନ ନିଷ୍ପତ୍ତି ନିଆଯିବ।
ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା ।
ସକାଳ 10 ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ । ହୀରାକୁଦ ତଳ ମୁଣ୍ଡର ଜନସାଧାରଣଙ୍କୁ ସେହି ସମୟରେ ମହାନଦୀକୁ ନ ଯିବାପାଇଁ ସତର୍କ କଲେ କତୃପକ୍ଷ ।