ବଢୁଛି ହୀରାକୁଦ: ଜଳସ୍ତର ୬୨୮.୩୯ ଫୁଟ;୨୪ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ନାହିଁ ନଥିବା ପରସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।
ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୩୫ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ଉପର ମୁଣ୍ଡରେ ବର୍ଷା କାରଣରୁ ଅଧିକ ଗେଟ ଖୋଲା ହେବାର ସମ୍ଭାବନା ରହିଛି ।