fbpx

ବିଶ୍ୱକପରେ ବିଶ୍ୱ ରେକର୍ଡ କରିବେ ହିଟମ୍ୟାନ୍ ରୋହିତ! ଇତିହାସରେ ପ୍ରଥମ କ୍ରିକେଟର ଭାବରେ ହେବ କାରନାମା

Advertisement

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିପାରନ୍ତି ରୋହିତ । ଜୁନ୍ ୧୯ ତାରିଖରୁ ଚଳିତ ବିଶ୍ୱକପର ସୁପର-୮ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରୋହିତ ଶର୍ମା ଏବଂ ଟିମ୍ ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଖେଳିବ ରୋହିତ ସେନା । ତେବେ ଏହି ମ୍ୟାଚରେ ରୋହିତ ୬ଟି ଛକା ମାରିପାରିଲେ ଏକ ନୂଆ ଇତିହାସ ସୃଷ୍ଟି କରିବେ ।

ଟି-୨୦ କ୍ରିକେଟ ଇତିହାସରେ ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୯୪ଟି ଛକା ମାରି ସାରିଛନ୍ତି । ତେବେ ଆଉ ୬ଟି ଛକା ମାରିଲେ ଟି-୨୦ ଫର୍ମାଟରେ ୨୦୦ ଛକା ମାରି ବିଶ୍ୱ ରେକର୍ଡ କରିବେ ରୋହିତ । ତେବେ ଏମିତି କରିବାରେ ସେ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ପାଲଟିଯିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି କ୍ରିକେଟର ଟି-୨୦ କ୍ରିକେଟରେ ୨୦୦ ଛକା ମାରିବାରେ ସଫଳ ହୋଇନାହାନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ବର୍ତ୍ତମାନ ସର୍ବାଧିକ ୧୯୪ଟି ଛକା ସାମିଲ ରହିଛି । ରୋହିତଙ୍କ ପରେ ନ୍ୟୁଜିଲାଣ୍ଡର କ୍ରିକେଟର ମାର୍ଟିନ ଗପ୍ଟିଲ ୧୭୩ ଛକା ମାରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ସୁପର-୮ ପର୍ଯ୍ୟାୟରେ ଟିମ ଇଣ୍ଡିଆ ମୋଟ ୩ଟି ମ୍ୟାଚ(ଆଫଗାନିସ୍ତାନ, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ) ଖେଳିବ । ଏହାପରେ ସୁପର-୮ କ୍ୱାଲିଫାଏ କରିପାରିଲେ ଭାରତ ସେମି ଫାଇନାଲ ଏବଂ ଫାଇନାଲ ପାଇଁ ସୁଯୋଗ ପାଇବ । ତେବେ ରୋହିତଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ସୃଷ୍ଟି କରିବାକୁ ୩ଟି ମ୍ୟାଚ ନିଶ୍ଚିତ ରହିଛି । ତେଣୁ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଏହି ବିରାଟ ରେକର୍ଡ କରିବା ପାଇଁ ରୋହିତ ଚେଷ୍ଟା କରିବେ ।

ଟି-୨୦ କ୍ରିକେଟରେ ସର୍ବାଧିକ ଛକା:

  • ରୋହିତ ଶର୍ମା(ଭାରତ)- ୧୯୪
  • ମାର୍ଟିନ ଗପ୍ଟିଲ(ନ୍ୟୁଜିଲାଣ୍ଡ)- ୧୭୩୩-
  • ଜୋସ ବଟଲର(ଇଂଲଣ୍ଡ)- ୧୩୦
  • ଗ୍ଲେନ ମାକ୍ସୱେଲ(ଅଷ୍ଟ୍ରେଲିଆ)- ୧୨୯
  • ପଲ ଷ୍ଟର୍ଲିଙ୍ଗ(ଆୟରଲାଣ୍ଡ)- ୧୨୮

Get real time updates directly on you device, subscribe now.