fbpx

HIV ଆକ୍ରାନ୍ତ ପ୍ରସୂତିଙ୍କୁ ଘରକୁ ଫେରାଇଲେ ସରକାରୀ ଡାକ୍ତର, ଜନନୀ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ… Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ ପତି ପତ୍ନୀ ଏଚଆଇଭି ଆକ୍ରାନ୍ତ । ସମାଜରେ ଏଚଆଇଭି ଆକ୍ରାନ୍ତଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ବେଳେ ବିଭିନ୍ନ ବାଛନ୍ଦର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହାକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ତେବେ ଯଦି ଜଣେ ଡାକ୍ତର ଏହି କଥା କୁହନ୍ତି ତେବେ ଏହା ଶୁଣିବାକୁ ଅଜବ ହିଁ ଲାଗିବ । ଏମିତି ଏକ ଛାତି ଥରା ଘଟଣା ଓ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ମାଲକାନଗିରି ସରକାରୀ ଡାକ୍ତରଖାନାରେ ।

ଯଶୋଦା ଗୁଲେରୀ ଓ ତାଙ୍କ ସ୍ୱାମୀ ଏଡ୍ସରେ ଆକ୍ରାନ୍ତ । ଏଡ୍ସରେ ଆକ୍ରାନ୍ତ ଯଶୋଦା ପ୍ରସବ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା କରି ନଥିଲେ ଡାକ୍ତର । କୁଡୁମୁଲାଗୋମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ଜଣାପଡିଛି । ଏହାପରେ ଏକ ବାଇକରେ ଯଶୋଦା ଗାଁକୁ ଫେରିବା ସହିତ ନିଜ ଘରେ ଜନ୍ମ ଦେଇଥିଲେ ଏହି ଶିଶୁକୁ । ଗ୍ରାମବାସୀଙ୍କ ସହାୟତାରେ ଡିସେମ୍ବର ୨୫ ତାରିଖରେ ଯଶୋଦା ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସୁରକ୍ଷିତ ମାତୃତ୍ୱ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଏହି ଯୋଜନା ସବୁ କାହା ସ୍ୱାର୍ଥରେ । ଯେଉଁଠି ଜଣେ ଗରିବ ଲୋକ ସାମାନ୍ୟ ଚିକିତ୍ସା ସୁବିଧାରୁ ବାତିଲ ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.