fbpx
BSKY SKY
BSKY SKY

ପ୍ରୋ ଲିଗ୍‌ ହକି ମୁକାବିଲା: କଳିଙ୍ଗ ଷ୍ଟାଡ଼ିୟମରେ ଶକ୍ତିଶାଳୀ ଜର୍ମାନୀ ବିପକ୍ଷରେ ପଡିଆକୁ ଓହ୍ଲାଇ ଟିମ୍ ଇଣ୍ଡିଆ

BSKY

ଭୁବନେଶ୍ୱର: (ଭାସ୍କର ନ୍ୟୁଜ୍‌): ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଓ ଶୁକ୍ରବାର ଦିନ ଭାରତ-ଜର୍ମାନୀ ଏଫଆଏଚ୍‌ ପ୍ରୋ-ଲିଗ୍‌ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ । ଏହା ପୂର୍ବରୁ ନେଦରଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ ଖେଳିଥିଲା । ଏଥିରୁ ଗୋଟିଏ ମ୍ୟାଚ୍‌ରେ ଭାରତ ହାରିଥିବା ବେଳେ ଅନ୍ୟ ମ୍ୟାଚ୍‌ରେ ଜିତିଥିଲା । ତେବେ ଜର୍ମାନୀ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଅନ୍ୟାନ୍ୟ ଦଳ ଅପେକ୍ଷ ଜର୍ମାନୀ ଅଧିକ ଶକ୍ତିଶାଳୀ ।

ଭାରତ ବିପକ୍ଷରେ ଯୁଗଳ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳିବା ଲାଗି ଜର୍ମାନୀ ପୁରୁଷ ହକି ଦଳ ମଙ୍ଗଳବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ନେଇ ଜର୍ମାନୀ ଖେଳାଳିମାନେ ବେଶ୍‌ ଉତ୍ସାହିତ ଥିବା ମୁଖ୍ୟ ପ୍ରଶିକ୍ଷକ ଆନ୍ଦ୍ରେ ହେନିଂ ଏଠାରେ ପହଞ୍ଚିବା ପରେ କହିଛନ୍ତି । ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜର୍ମାନୀ ସଂପ୍ରତି ୧୭ ପଏଣ୍ଟ୍‌ ସହ ପ୍ରୋ ଲିଗ୍‌ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଭାରତ ୨୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି । ଏଣୁ ଆଗାମୀ ଦୁଇ ମୁକାବିଲା ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି । ‘‘ଭାରତ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ସେମାନଙ୍କୁ ହରାଇବା ଆମ ପାଇଁ ସେତେଟା ସହଜ ହେବନି । ଆମକୁ ଭାରତୀୟ ଦଳକୁ ସମ୍ମାନ ଦେବାକୁ ପଡ଼ିବ ।’’ ବୋଲି ହେନିଂ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.