fbpx

ହକି ତାରକା ଅମିତ ରୋହିଦାସ ଏବଂ ଦୀପ ଗ୍ରେସ ଏକ୍କାଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା ଭାସ୍କର; ଚଳିତ ବର୍ଷ ଚୀନ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲାଭ କରିଛି। ଏହି ଉଭୟ ପୁରୁଷ ଓ ମହିଳା ଦଳରେ ଜଣେ ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଥିବା ଅମିତ ରୋହିଦାସ ଏବଂ ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଘୋଷଣା ମୁତାବକ ଅମିତଙ୍କୁ ଦେଢ କୋଟି ଟଙ୍କା ଓ ଦୀପ ଗ୍ରେସଙ୍କୁ ୫୦ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟକୁ ଗର୍ବିତ କରିଛି । ଏହା ସହ ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ରାଜ୍ୟ ପାଇଁ ସମ୍ମାନ ଆଣିଦେଇଛି ବୋଲି ସେ କହିଛନ୍ତି। ଏହାପରେ ଉଭୟ ଅମିତ ରୋହିଦାସ ଏବଂ ଦୀପ ଗ୍ରେସ୍ ଏକ୍କା ଏହି ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆମ କ୍ରୀଡ଼ା ସଫଳତା ଦ୍ୱାରା ଓଡ଼ିଶା ଏବଂ ଦେଶ ପାଇଁ ଅଧିକ ଗୌରବ ଆଣିବା ପାଇଁ କଠିନ ପରିଶ୍ରମ ଜାରି ରଖିବୁ ବୋଲି ଉଭୟ କହିଛନ୍ତି ।

Get real time updates directly on you device, subscribe now.