fbpx

ହକି ବିଶ୍ୱକପ ସାଙ୍ଗକୁ ‘ଡଟ୍ ଫେଷ୍ଟ’, ବଲିଉଡ ନାମୀଦାମୀ କଳାକାର କରିବେ ଭରପୁର ମନୋରଞ୍ଜନ

Advertisement

ଭୁବନେଶ୍ୱର: ହକି ପୁରୁଷ ବିଶ୍ୱକପ ସହିତ ରାଜଧାନୀକୁ ପୁଣି ଫେରିଛି ‘ଡଟ୍ ଫେଷ୍ଟ’। ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ହକି ବିଶ୍ୱକପ ସହିତ ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ‘ଡଟ୍ ଫେଷ୍ଟ’ ଆୟୋଜନ ହେବ। ଏଥିରେ ବଲିଉଡ ଜଗତର ନାମୀଦାମୀ କଳାକାରଙ୍କ ସହ ଓଡ଼ିଆ କଳାକାରମାନେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ।

୨୦୧୮ ମସିହାରେ ‘ଡଟ୍ ଫେଷ୍ଟ’ର ପ୍ରଥମ ସଂସ୍କରଣ ହୋଇଥିବାବେଳେ ଚଳିତ ବର୍ଷ ଏହା ଦ୍ଵିତୀୟ ଥର ଲାଗି ଆୟୋଜନ ହେବ। ଜାନୁଆରି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ଡଟ୍ ଫେଷ୍ଟ’ରେ ଜମିବ ନାଚ ଗୀତର ଆସର। ଏଥର ‘ଡଟ୍ ଫେଷ୍ଟ’ର ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ବିଉଟି ଦିଶା ପଟାନି। ଏହା ସାଙ୍ଗକୁ ୯୦ ଦଶକର ହିଟ ଯୋଡ଼ି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ତଥା ସୁଖବିନ୍ଦର ସିଂ ନିଜ କଣ୍ଠରେ ମତୁଆଲା କରିବେ ରାଜଧାନୀବାସୀଙ୍କୁ। ଏହା ସହିତ ମ୍ୟୁଜିକ ସୁପରଷ୍ଟାର ଗୁରୁ ରନ୍ଧାୱା, ହର୍ସଦୀପ କୌର, ନୀତି ମୋହନ ଏବଂ ତ୍ରିଦେବ ଯୋଗ ଦେବେ। ଆସନ୍ତା ୧୫ରୁ ୨୯ ତାରଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ‘ଡଟ୍ ଫେଷ୍ଟ’ର ଦ୍ଵିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।

ଏହି ସମୟରେ ଆନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ, ଭୁବନେଶ୍ଵର ଲାଇଭ, ଭୂ-ଫେଷ୍ଟୋ, ଏକାମ୍ର ଓ୍ଵାକର୍ସ, ନାଇଟ ଫେଲା ମାର୍କେଟ, ଫଟୋ ପ୍ରଦର୍ଶନୀ ଆଦି କରାଯିବ। ଏଥିସହ ଇଣ୍ଟରନ୍ୟାସନାଲ ଫୁଡ ଫେଷ୍ଟିଭାଲରେ ୧୬ଟି ଦେଶ ଯୋଗଦେବେ। ଏକାମ୍ର ହାଟରେ ମୋଟ ୩୦ଟି ଷ୍ଟଲ୍ ଲାଗିବ। ଫୁଡ ଫେଷ୍ଟିଭାଲରେ ମାଣ୍ଡିଆକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

 

Get real time updates directly on you device, subscribe now.