fbpx
BSKY SKY
BSKY SKY

ଆସନ୍ତାବର୍ଷ କେବେ ପଡ଼ୁଛି ହୋଲି ? ଜାଣନ୍ତୁ ତାରିଖ, ଶୁଭ ମୁହୂର୍ତ୍ତ ଓ ହୋଲିକା ଦହନର ସମୟ

BSKY

ହିନ୍ଦୁ ଧର୍ମରେ ହୋଲିର ପର୍ବ ବର୍ଷର ସବୁଠାରୁ ବଡ ପର୍ବ ଭାବରେ ମନାଯାଏ । ରଙ୍ଗର ଏହି ପର୍ବ ସମଗ୍ର ଦେଶରେ ବହୁତ ଧୁମଧାମରେ ପାଳନ କରାଯାଏ । ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିିମା ତିଥିରେ ହୋଲିକା ଦହନ ହୋଇଥାଏ ଓ ଏହାର ପରଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ । ୨୦୨୩ରେ ହୋଲିକା ଦହନ ୭ ମାର୍ଚ୍ଚରେ ପାଳନ କରାଯିବ ଓ ୮ ମାର୍ଚ୍ଚରେ ହୋଲି ଖେଳାଯିବ । ହୋଲିକା ଦହନକୁ ଛୋଟ ହୋଲି ବୋଲି ମଧ୍ୟ କୁହାଯାଏ ।

ହୋଲିକା ଦହନ ୨୦୨୩ର ଶୁଭ ସମୟ :-
ଫାଲଗୁନ ମାସର ପୂର୍ଣ୍ଣିମା ତିଥି ୬ ମାର୍ଚ୍ଚ ୨୦୨୩ ରେ ୪ଟା ୧୭ ମିନିଟରେ ଆରମ୍ଭ ହେବ ଏବଂ ୭ ମାର୍ଚ୍ଚ ୦୬ଟା ୦୯ ପୂର୍ବାହ୍ନରେ ଶେଷ ହେବ । ଏହି ସମୟରେ ହୋଲିକା ଦହନର ଶୁଭ ସମୟ ୭ ମାର୍ଚ୍ଚ ୨୦୨୩ ରେ ସନ୍ଧ୍ୟା ୬ଟା ୨୪ ରୁ ୮ଟା ୫୧ ପର୍ଯ୍ୟନ୍ତ ହେବ । ଏହା ସହ ରଙ୍ଗର ହୋଲି ୮ ମାର୍ଚ୍ଚରେ ଖେଳାଯିବ ।

ହୋଲିର କିମ୍ବଦନ୍ତୀ :-
ପୌରାଣିକ କଥା ଅନୁସାରେ, ହୀରଣ୍ୟକଶ୍ୟପ ନାମକ ଅସୁର ରାଜା ଅଂହକାରରେ ଚୂର ହୋଇ ନିଜକୁ ଭଗବାନ ଭାବିବା ଆରମ୍ଭ କରିଥିଲା । ଏହି କାରଣରୁ ସେ ନିଜ ରାଜ୍ୟରେ ଭଗବାନଙ୍କୁ ସ୍ମରଣ କରିବା ବା ତାଙ୍କର ପୂଜାର୍ଚ୍ଚନା କରିବାକୁ ବାରଣ କରିଥିଲା । କିନ୍ତୁ ଖୋଦ୍ ହୀରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ । ଏଥିପାଇଁ ହୀରଣ୍ୟକଶ୍ୟପ ନିଜ ପୁଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ତାଙ୍କ ଭଉଣୀ ହୋଲିକା ନିଜ ପୁତୁରା ପ୍ରହ୍ଲାଦଙ୍କୁ ନେଇ ଅଗ୍ନି ଉପରେ ବସିଥିଲେ । ଏହି ନିଆଁରେ ହୋଲିକା ଜଳିଯାଇଥସିଲେ, କିନ୍ତୁ ପ୍ରହ୍ଲାଦ ବଞ୍ଚିଯାଇଥିଲେ । କେବେ ନଜଳିବାର ବରଦାନ ପାଇବା ପରେ ବି ହୋଲିକା ସେଥିରେ ଜଳିଯାଇଥିଲେ । ସେବେଠାରୁ ଈଶ୍ୱର ଭକ୍ତ ପ୍ରହ୍ଲାଦଙ୍କ ସ୍ମୃତିରେ ହୋଲିକା ଦହନ ଆରମ୍ଭ କରାଯାଇଥିଲା । ଏହି ନିଆଁରେ ସମସ୍ତ ଖରାପ ଜଳିଯାଏ ବୋଲି ବିଶ୍ୱାସ କରାଯାଏ ।

Get real time updates directly on you device, subscribe now.