fbpx

ହିନ୍ଦୁଧର୍ମ ବ୍ରହ୍ମ ମୁହୂର୍ତ୍ତକୁ କାହିଁକି କୁହାଯାଏ ସର୍ବୋତ୍ତମ ସମୟ ? ଏହି ସମୟରେ ପୂଜା କଲେ ପୂରଣ ହୋଇଥାଏ ସମସ୍ତ ମନୋକାମନା

ଅଧିକାଂଶ ଲୋକ ବ୍ରହ୍ମ ମୁହୂର୍ତ୍ତର ନାଁ ତ ନିଶ୍ଚିତ ଶୁଣିଥିବେ । ହିନ୍ଦୁଧର୍ମରେ ଏହି ସମୟର ଅଧିକ ମହତ୍ତ୍ୱ ରହିଛି । ଧାର୍ମିକ ଶାସ୍ତ୍ରରୁ ନେଇ ଋଷି-ମୁନୀ ଓ ବୟସ୍କମାନେ ଏହି ସମୟକୁ ଅତ୍ୟନ୍ତ ଲାଭକାରୀ ବୋଲି କହିଛନ୍ତି । ଏହାକୁ ଦେବତାଙ୍କ ସମୟ ବୋଲି କୁହାଯାଏ । ଏହି ସମୟରେ ଉଠିବା ମଣିଷ ପାଇଁ ସବୁଠାରୁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି । କୁହାଯାଏ ଯେ, ଏହି ସମୟରେ ଜାଗ୍ରତ ହେଉଥିବା ବ୍ୟକ୍ତିଙ୍କ ବୁଦ୍ଧି ତୀକ୍ଷ୍ନ ହେବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି ସମୟରେ ପୂଜା ପାଠ କରି ଭଗବାନଙ୍କ ସ୍ମରଣ କରିବା ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ ।

ସମୟ:-
ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତର ଅର୍ଥ ହେଉଛି ସକାଳ ସମୟ । ହିନ୍ଦୁ ଧର୍ମରେ, ଏହି ସମୟରେ ଉଠିବା ପାଇଁ ସକାଳର ସବୁଠାରୁ ଭଲ ସମୟ ବୋଲି ବିବେଚନା କରାଯାଏ । ଏହି ସମୟରେ ରାତି ଶେଷ ହୁଏ ଓ ଦିନର ଆରମ୍ଭ ହୁଏ । ବ୍ରହ୍ମ ମୁହୂର୍ତ୍ତର ସମୟ ସକାଳ ୪ଟାରୁ ୫.୩୦ ପର୍ଯ୍ୟନ୍ତ ରହିଛି । ଏହାର ଅବଧି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରହିଛି ।

ପୂଜା-ପାଠ :-
ଶାସ୍ତ୍ର ଅନୁସାରେ, ମଣିଷ ଜାଗ୍ରତ ହେବା ପାଇଁ ଏହି ସମୟ ସର୍ବୋତ୍ତମ ସମୟ ଭାବରେ ବିବେଚନା କରାଯାଏ । ଏହି ସମୟରେ ଜାଗ୍ରତ ହେବା ଦ୍ୱାରା ରୋଗ ହୁଏନାହିଁ ଓ ଶରୀର ସୁସ୍ଥ ରୁହେ । ବ୍ରହ୍ମ ମୁହୂର୍ତ୍ତରେ ଉଠି ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର କୃପା ମଧ୍ୟ ମିଳିଥାଏ ।

ଦେବତାମାନଙ୍କର ଆଗମନ :-
ଶାସ୍ତ୍ର ଅନୁଯାୟୀ, ପ୍ରାଚୀନ କାଳରୁ ସାଧୁମାନେ ଏହି ସମୟରେ ଉଠିପଡ଼ୁଥିଲେ ଓ ସ୍ନାନ କରିବା ପରେ ଭଗବାନଙ୍କୁ ସ୍ମରଣ କରୁଥିଲେ । ଏହି ସମୟ ଦେବତାମାନଙ୍କର ସମୟ ଭାବରେ ବିବେଚନା କରାଯାଏ । ଏହା ସହ କୁହାଯାଏ କି, ଏହି ସମୟରେ ଈଶ୍ୱର ଏବଂ ପିତୃପୁରୁଷଙ୍କ ଆଗମନ ହୋଇଥାଏ ।

Get real time updates directly on you device, subscribe now.