ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ
ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ । କାଲିଠୁ 16 ତାରଖ ଯାଏଁ ଛୁଟି ବାତିଲ ଘୋଷଣା କଲେ ଜିଲ୍ଲାପାଳ ।
ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ । ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ ବାତିଲ କରାଗଲା ।
କିଛିଦିନ ପୂର୍ବରୁ ଯାଜପୁରରେ ଯେଉଁ ଅଞ୍ଚଳରେ ଡାଇରିଆ ବ୍ୟାପିଥିଲା ସେ ସ୍ଥାନକୁ ଏସିବିରୁ ଏକ ଡାକ୍ତରୀ ଟିମ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଚାଲିଯାଇ ଥିଲା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣଙ୍କ ନାମ ଟମକା ଓ ଆଉ ଜଣେ କଟକର ବୋଲି ଏସସିବି ପ୍ରଶାସନିକ ଅଧିକାରୀ ସୁବାସ ରାୟ ସୂଚନା ଦେଇଥିଲେ ।
ସୁଚନାମୁତାବକ, ଏସସିବିରେ ଡାଇରିଆରେ ଆକ୍ରାନ୍ତ ହୋଇ 78 ଜଣ ଭର୍ତ୍ତି ହୋଇଥିଲେ । 78 ଜଣଙ୍କ ମଧ୍ୟ ରୁ 39 ଜଣ ଯାଜପୁର ଜିଲ୍ଲାର ବୋଲି ଜଣା ପଡିଥିଲା । ତେବେ ଡାଇରିଆରେ ଯାଜପୁରରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।