fbpx

ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ: ଅଗଷ୍ଟ ୯ ଠାରୁ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ

ନୂଆଦିଲ୍ଲୀ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’ ଅଭିଯାନ ।

ସେହିପରି ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଅମିତ ଶାହ। ଏଥିସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିବାକୁ ଶାହ କହିଛନ୍ତି ।

ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି । ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ ।

ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ ଏହାକୁ ହର ଘର ତ୍ରିରଙ୍ଗା ୱେବସାଇଟ https://harghartiranga.com ରେ ଅପଲୋଡ୍ କର ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି ।

Get real time updates directly on you device, subscribe now.