fbpx

ହ୍ଵାଇଟ୍‌ ଡିସଚାର୍ଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ କରନ୍ତୁ ଏହି ୫ଟି ପ୍ରଭାବଶାଳୀ ଯୋଗ ଆସନ

ଧଳାସ୍ରାବ ଅର୍ଥାତ କେହି କେହି ଏହାକୁ ହ୍ଵାଇଟ୍‌ ଡିସଚାର୍ଜ ବୋଲି କୁହନ୍ତି । ଏହି ସମସ୍ୟାକୁ ଅଧିକ ମହିଳାମାନେ ସାମ୍ନା କରନ୍ତି, ଯେଉଁ କାରଣରୁ ସେମାନେ ଚିଡାଚିଡା ହୁଅନ୍ତି । ଧଳାସ୍ରାବ ଯୋଗୁଁ ମହିଳା ସବୁବେଳେ ଚିନ୍ତାଗ୍ରସ୍ତରେ ଥାଆନ୍ତି । ପ୍ରାୟ ମହିଳାମାନଙ୍କର ଏତେ ଅଧିକ ମାତ୍ରାରେ ଧଳାସ୍ରାବ ହୁଏ ଯେ ସେମାନେ ପତଳା ହୋଇଯାନ୍ତି ।

ଏହି ଚିନ୍ତା ମଧ୍ୟ ସେମାନଙ୍କୁ ଖାଇଯାଏ । ପ୍ରାୟ ଗାଁ ଗହଳୀର ଲୋକମାନେ ଏହାକୁ ଅଣଦେଖା କରନ୍ତି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି ନାହିଁ । କିନ୍ତୁ ଏହି ସମସ୍ୟା ଅଧିକ ଦିନ ଧରି ରହିଲେ ମହିଳାଙ୍କ ପାଇଁ ଏହା କ୍ଷତି ସାବ୍ୟସ୍ତ ହୋଇପାରେ । ତେଣୁ ଯଦି ଆପଣ ଅର୍ଥ କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଡାକ୍ତରଙ୍କ ପାଖକୁ ଯାଇପାରୁନାହାନ୍ତି, ତେବେ ଘରୋଇ ଉପାୟରେ ମଧ୍ୟ ଏହାକୁ ଦୂର କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଘରୋଇ ଉପୟରେ ଏହି ସମସ୍ୟାରୁ ମୁକ୍ତି ପାଇବେ ।

ଯୋଗ ବିଶେଷଜ୍ଞଙ୍କ କହିବା ମୁତାବକ, ହ୍ଵାଇଟ୍‌ ଡିସଚାର୍ଜରୁ ମୁକ୍ତି ପାଇବା ପାଇଁ ୫ଟି ପ୍ରଭାବଶାଳୀ ଯୋଗ ଆସନ କରିପାରିବେ । ଏହି ଯୋଗର ନିୟମିତ ଅଭ୍ୟାସ ମହିଳାମାନଙ୍କୁ ହ୍ଵାଇଟ୍‌ ଡିସଚାର୍ଜ ଭଳି ସମସ୍ୟାରୁ ମୁକ୍ତି ଦେଇପାରିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି
ଆସନଗୁଡ଼ିକ ବିଷୟରେ –

ସେତୁ ବନ୍ଧ ସର୍ବଙ୍ଗାସନ : ଏହି ଯୋଗ ଆସନ ଶରୀରର ତଳ ଅଂଶକୁ ମଜବୁତ କରିବା ସହ ହରମୋନ୍‌ ଅସନ୍ତୁଳନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହାର ନିୟମିତ ଅଭ୍ୟାସ ପ୍ରଜନନ ଅଙ୍ଗଗୁଡ଼ିକରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ, ଯାହା ସାମଗ୍ରିକ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ବାଳାସନ : ବାଳାସନ ଏକ ଅତ୍ୟନ୍ତ ଆରାମଦାୟକ ଯୋଗାସନ । ଏହା ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ନିୟମିତ ଏହି ଆସନର ଅଭ୍ୟାସ ମାନସିକ ଶାନ୍ତି ଯୋଗାଇଥାଏ, ଯାହା ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ବିପରୀତ କରଣି : ଏହି ଆସନ ରକ୍ତ ସଞ୍ଚାଳନକୁ ଉନ୍ନତ କରିବା ସହ ଶରୀରକୁ ଶାନ୍ତ ରଖିଥାଏ । ଏହା ପେଲ୍‌ଭିକ୍‌ କୁ ମଧ୍ୟ ମଜବୁତ କରିଥାଏ ।

ବନ୍ଧ କୋଣାସନ : ଏହି ଆସନ ହିପ୍‌ ଏବଂ ଗ୍ରୋନ୍‌ ଏରିୟା ଖୋଲିବାରେ ସାହାଯ୍ୟ କରିଥାଏ । ଏହି ଆସନର ଅଭ୍ୟାସ ଆପଣଙ୍କ ସାମଗ୍ରିକ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଏକ ଗୁରୁତ୍ୱଭୁମିକା ଗ୍ରହଣ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଏହି ସବୁ ଆସନ ଅଭ୍ୟାସ କରି ହ୍ଵାଇଟ୍‌ ଡିସଚାର୍ଜ ସମସ୍ୟା ଦୂର କରିପାରିବେ ।

ଭୁଜଙ୍ଗାସନ : ଏହି ଯୋଗ ଆସନ ପେଟର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଆଭ୍ୟନ୍ତରଣୀୟ ଅଙ୍ଗ ଓ ସ୍ନାୟୁକୁ ଭଲ ରଖିଥାଏ । ନିୟମିତ ଏହାର ଅଭ୍ୟାସ ରକ୍ତ ପ୍ରବାହକୁ ଉନ୍ନତ କରିବା ସହ ଶରୀର ହଜମ ଶକ୍ତି ବଢେଇଥାଏ ।

Get real time updates directly on you device, subscribe now.