fbpx

ଉଚ୍ଚ ରକ୍ତଚାପକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି । ଏପରି ପରିସ୍ଥିତିରେ ଆପଣ ଯଦି ଉଚ୍ଚ ରକ୍ତଚାପ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଆପଣ କିଛି ଘରୋଇ ଉପଚାର ଆପଣେଇ ପାରିବେ । ତେବେ କଣ ସେହି ଘରୋଇ ଉପଚାର ଆସନ୍ତୁ ଜାଣିବା ।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଘରୋଇ ଉପଚାର : ଆଜିର ସମୟରେ ଉଚ୍ଚ ରକ୍ତଚାପ ବା (ହାଇ ବ୍ଲଡ ପ୍ରେସର) ଏକ ସାଧାରଣ ସମସ୍ୟା । ବାସ୍ତବରେ ଏହି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଆପଣମାନେ ଅନେକ ପ୍ରକାରର ଔଷଧ ଖାଇଥାନ୍ତି । କିନ୍ତୁ ଆପଣମାନେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର ଆପଣେଇ ପାରିବେ । ଏହି ଘରୋଇ ଉପଚାର ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

୧.ମୌସୁମୀଫଳ ଓ ପନିପରିବା : ମୌସୁମୀ ଫଳ ଓ ପନିପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହିତ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଯଦି ଆପଣ ପ୍ରତିଦିନ ଗୋଟାଏ ଲେଖାଏଁ ସେଓ ବି ଖାଆନ୍ତି ତେବେ ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ବହୁ ପରିମାଣରେ ନିୟନ୍ତ୍ରଣ କରିଥାଏା

୨. ଅଙ୍ଗୁର : ଖଟାମିଠା ଅଙ୍ଗୁର ସ୍ୱାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ଉପକାରୀ ହୋଇଥାଏ । ଅଙ୍ଗୁର ହୃଦସ୍ପନ୍ଦନକୁ ଭଲ ରଖିବା ସହ ବିଭିନ୍ନ ପ୍ରକାର ଯନ୍ତ୍ରଣାରୁ ଆରାମ ଦେଇଥାଏ । ଏତତ୍ ବ୍ୟତୀତ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଙ୍ଗୁର ବହୁ ସହାୟକ ହୋଇଥାଏ ।

୩. ଡାଳିମ୍ବ: ଡାଳିମ୍ବ ଶରୀରରେ ନୂତନ କୋଷ ତିଆରି କରିଥାଏ । ଏଥିସହିତ ହୃଦରୋଗରୁ ଦୂରେଇ ରଖିବା ପାଇଁ ବହୁ ଲାଭ ଦାୟକ ହୋଇଥାଏ । ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ , ଯାହାକି ହୃଦଘାତର କାରଣ ହୋଇଥାଏ ।

୪. ପିଆଜ : ପ୍ରତ୍ୟେକ ଦିନ ପିଆଜ ଖାଦ୍ୟରେ ବ୍ୟବହାର କରାଯାଏ । ତେବେ ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ରକ୍ତରେ କୋଲେଷ୍ଟ୍ରଲର ସ୍ତରକୁ ସଠିକ ମାତ୍ରାରେ ରଖିଥାଏ । ଏହାଛଡା ପିଆଜ ଖଆଇବା ଦ୍ୱାରା ଅକ୍ସିଡେସନ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ ହୋଇଥାଏ । ଯାହା ଆପଣଙ୍କ କେଶ ଠାରୁ ଆରମ୍ଭ କରି ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.