fbpx

ଲଜ୍ଜା: ବର୍ଷେ ପର୍ଯ୍ୟନ୍ତ ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲା ହୋମ୍ ଗାର୍ଡ, ସ୍ତ୍ରୀ ଡ୍ୟୁଟିକୁ ଯିବା ପରେ ସାନ ଝିଅ ସହିତ…

ନୂଆଦିଲ୍ଲୀ: ସମାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି । କେଉଁଠି ଭାଇ ଭଉଣୀକୁ ତ ଆଉ କେଉଁଠି ବାପ ଝିଅକୁ ଧର୍ଷଣ କରୁଛି । ଏହିପରି ଏକ ମାମଲା ଉନ୍ନାଓରୁ ସାମ୍ନାୁକ ଆସିଛି, ଯେଉଁଠାରେ ଜଣେ ହୋମଗାର୍ଡ ନିଜ ୨ ଝିଅଙ୍କୁ ୧ ବର୍ଷ ଧରି ଯୌନ ଶୋଷଣ କରିଆସୁଥିଲା । ଏହା ଜାଣିବା ପରେ ପତ୍ନୀ କୋତୱାଲୀ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପୋଲିସ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ । ପୋଲିସ ୨ ଝିଅଙ୍କୁ ମେଡିକାଲ ଚେକଅପ୍ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ।

ଉଭୟ ସ୍ୱାମୀ-ସ୍ତ୍ରୀ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ପୀଡିତ ପତ୍ନୀ ନିଜ ୨ ଝିଅଙ୍କୁ ନେଇ ବୁଧବାର ଦିନ କୋତୱାଲୀରେ ପହଞ୍ଚିଥିଲେ ଓ ପୋଲିସ ନିକଟରେ ଅଭିଯୋଗ କରି କହିଥିଲେ ଯେ, ‘ ତାଙ୍କ ହୋମଗାର୍ଡ ସ୍ୱାମୀ ୨୧ ବର୍ଷୀୟା ବଡ ଝିଅକୁ ବର୍ଷେ ପର୍ଯ୍ୟନ୍ତ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ସେ ଡ୍ୟୁଟିକୁ ଯିବା ପରେ ୧୭ ବର୍ଷର ସାନ ଝିଅକୁ ମଧ୍ୟ ନିର୍ଯ୍ୟାତନା ଦେଉଥିଲେ । ଝିଅମାନେ ଏନେଇ ମା’ଙ୍କୁ କହିବା ପରେ ଘଟଣାର ଖୁଲାସା ହୋଇଥିଲା । କିନ୍ତୁ ଅଭିଯୋଗ ପରେ ବି ଅଭିଯୁକ୍ତ ହୋମଗାର୍ଡ ସ୍ୱାମୀଙ୍କୁ ଗିରଫ କରିନାହିଁ ପୋଲିସ । ଝିଅମାନଙ୍କର ମେଡିକାଲ ରିପୋର୍ଟ ଆସିବା ପରେ ଏହି ଘଟଣାରେ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.