ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି ଏପରି ବ୍ୟକ୍ତିଙ୍କ ବିଷୟରେ ଯାହାର ସମ୍ପତ୍ତି ୫ କୋଟିରୁ ଅଧିକ ଏବଂ ସେ ରାସ୍ତାରେ ଭିକାରି ଭଳି ବୁଲୁଥିବେ? ଲଣ୍ଡନରେ ଜଣେ ଭୂମିହୀନ ବ୍ୟକ୍ତି ପ୍ରତ୍ୟେକ ମାସରେ ଅତି କମରେ ୧,୩୦୦ ପାଉଣ୍ଡ ଅର୍ଥାତ ୧.୨୭ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଡୋମ ନାମକ ଏହି ଭିକାରୀ ଏକ ସାକ୍ଷାତକାର ସମୟରେ ତାଙ୍କ ସମ୍ପତ୍ତି ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ନିଶା ଦ୍ରବ୍ୟ ସେବନ ଯୋଗୁଁ ସେ ରାସ୍ତାରେ ପଡ଼ି ରୁହନ୍ତି । ତେବେ ଆସନ୍ତୁ ଡୋମ୍ ବିଷୟରେ କିଛି ଅଧିକ ଜାଣିବା ।
ମିଳିଥିବା ସୂଚନା ଅନୁଯାୟୀ, ଡୋମ ମଧ୍ୟବିତ୍ତ ପରିବାରରେ ବଢିଥିଲେ । ଡୋମ କହିଥିଲେ ଯେ ସେ ଅଳ୍ପ ବୟସରେ ହିଁ ନିଶା କରିବା ଆରମ୍ଭ କରିଥିଲେ । ଓଭରଡୋଜ ପରେ ସେ ସାତ ବର୍ଷ ପର୍ଯ୍ୟନ୍ତ ନିଜ ଉପରେ ସାବଧାନତା ରଖିଥିଲେ । କିନ୍ତୁ ପୁଣି ଥରେ ସେ ଡ୍ରଗ୍ସ ଆଡକୁ ଆକର୍ଷିତ ହୋଇଥିଲେ । ତାଙ୍କର ଆଥଲେଟିକ୍ ସାହସିକତା ଯୋଗୁଁ ସେ ତାଙ୍କ ସ୍କୁଲ ସମୟରେ ଛାତ୍ରବୃତ୍ତି ମଧ୍ୟ ପାଇଥିଲେ । କିନ୍ତୁ ଯୁବାବସ୍ଥାରେ ତାଙ୍କ ଜୀବନ ବଦଳିବାକୁ ଲାଗିଲା । ଏବଂ ସେ ନିଶା ସେବନ ଅଭ୍ୟସ୍ତରେ ପଡ଼ି ଯାଇଥିଲେ ।
ଡୋମ କହିଛନ୍ତି ଯେ ସେ ଘର ଭଡା ଠାରୁ ସମସ୍ତ ଆୟ ନିଶା ପାଇଁ ବ୍ୟବହାର କରନ୍ତି । ସେ ଲଣ୍ଡନ ରାସ୍ତାରେ ଭିକ ମାଗନ୍ତି ଏବଂ ଦିନକୁ ୨୦୦ ରୁ ୩୦୦ ପାଉଣ୍ଡ ରୋଜଗାର କରନ୍ତି । ସେ କହିଥିଲେ ଯେ ସେ ଡ୍ରଗ୍ସ ପାଇଁ ପାଇଥିବା ପ୍ରାୟ ସମସ୍ତ ଟଙ୍କା ଖର୍ଚ୍ଚ କରି ଦିଅନ୍ତି । ସେହିପରି ସେ ଷ୍ଟେସନ ବାହାରେ ଶୋଇଥାନ୍ତି ।
ସେ ଦାବି କରିଛନ୍ତି ଯେ ଯେତେବେଳେ ତାଙ୍କର ପ୍ରଥମ ପୁଅ ଜନ୍ମ ହୋଇଥିଲା, ସେତେବେଳେ ସେ ପୁଅ ରହିବା ପାଇଁ ଘର କିଣିଥିଲେ । ଯଦି ସେ ତାଙ୍କ ଘର ବିକ୍ରି କରନ୍ତି, ତେବେ ଏହାର ମୂଲ୍ୟ ୫୩୦,୦୦୦ ଡଲାର (ପ୍ରାୟ ୫.୧୯ କୋଟି) ହେବ । ସେ ଡ୍ରଗ୍ସ ଉପରେ ନିର୍ଭର କରିବାକୁ ଚାହାଁନ୍ତି ନାହିଁ ଏବଂ ନିୟମିତ ଜୀବନଯାପନ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।