ଅପେକ୍ଷା ଶେଷ! ଲଞ୍ଚ ହେଲା Honda Activa EV, ଦାମ୍ ମାତ୍ର….

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ହୋଣ୍ଡା ବର୍ତ୍ତମାନ ଇଭି ଭେହିକଲ୍ ଲଞ୍ଚ କରିଛି । 2ଟି ସ୍କୁଟରକୁ ନେଇ ଖୁଲାସା କରିଛି କମ୍ପାନୀ । ତେବେ ଲଞ୍ଚ ପୂର୍ବରୁ ଗାଡିର ଅନେକ ଫିଚର ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ଗାଡିର ବୁକିଂ ଆରମ୍ଭ ହୋଇନଥିବା ବେଳେ ଏହା  ଆସନ୍ତା ଜାନୁଆରୀ 1 ତାରିଖରୁ ପ୍ରିବୁକିଂ ଆରମ୍ଭ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ହୋଣ୍ଡାର ଏହି ଟ୍ବିହ୍ବିଲର ସବୁଠାରୁ ଲୋକପ୍ରିୟ ହେବା ନେଇ ଆଶା କରାଯାଉଛି । କମ୍ପାନୀ ଏହାକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଛି । ତେବେ ଜାନୁଆରୀ 1 ତାରିଖରୁ ଏହାର ବୁକିଂ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଆରମ୍ଭ ହେବ । ଏହାପରେ କମ୍ପାନୀ ଏହାକୁ ଅନେକ ସହରରେ ଲଞ୍ଚ କରିବ । ବ୍ୟାଟେରୀ ସ୍ୱାପିଂ ଷ୍ଟେସନ ମଧ୍ୟ ବିକଶିତ କରିବାକୁ ଯାଉଛି କମ୍ପାନୀ । ହୋଣ୍ଡା ଆକ୍ଟିଭା ଇଭିକୁ କମ୍ପାନୀ ଷ୍ଚାଣ୍ଡାଡ ଏବଂ ରୋଡସିଙ୍ଗ ଡୁଓ ଭାରିଆଣ୍ଟରେ ଆସିବ । ଏହାର ଷ୍ଟାଣ୍ଡାଡ ଭାରିଆଣ୍ଟର ଓଜନ 118 କିଲୋଗ୍ରାମ ଏବଂ RoadSync Duoର ଓଜନ 119 କିଲୋଗ୍ରାମ ଅଟେ । ଏଥିରେ ଭିନ୍ନଭିନ୍ନ ପ୍ରକାର ଡିସପ୍ଲେ ଏବଂ ଫିଚର୍ସ ମିଳିବ ।

ବିଶେଷତଃ ଏହି ସ୍କୁଟିରେ ଚାର୍ଜିଂ ସମସ୍ୟା ରହିବ ନାହିଁ । ଏହା ଥରେ ଚାର୍ଜ ହେଲେ 102ରୁ 104କିମି ପର୍ଯ୍ୟନ୍ତ ଚାଲିବ । ଫୁଲ୍‌ ଚାର୍ଜ ପାଇଁ 7ଘଣ୍ଟା ସମୟ ଲାଗିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଅନ୍ୟ ଦେଶଗୁଡ଼ିକରେ ହୋଣ୍ଡା ଏହାର ଇଲେକ୍‌ଟ୍ରିକ ସ୍କୁଟର ଚଲାଉଥିବା ବେଳେ ଭାରତରେ ଏହା ପ୍ରଥମଥର ପାଇଁ ହେବାକୁ ଯାଉଛି । ତେବେ ଗାଡିର ଦାମ୍ କେତେ ରହିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ଖୁଲାସା କରାଯାଇ ନାହିଁ ।