fbpx

ସୋସିଆଲ ମିଡିଆରେ ଏହି ୧୪ ନାମରୁ ଦୂରେଇ ରୁହନ୍ତୁ, ସେନା ଏବଂ ପୋଲସ ଅଧିକାରୀଙ୍କୁ ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ପାକିସ୍ତାନ ବାରମ୍ବାର ଏହାର ନିଚ ଚିନ୍ତାଧାରରୁ ଉପରକୁ ଉଠି ଆସି ପାରୁ ନାହିଁ । ଗୋଟିଏ ପଟେ ସୀମାରେ ଲଗାତାର ଅନୁପ୍ରବେଶ ଜାରି ରହିଥୀବା ବେଳେ ଏହାର ଗୁଇନ୍ଦା ଏଜେନ୍ସୀ ଆଇଏସ୍‌ଆଇ ଭାରତର ବଡ଼ ପ୍ରତିଷ୍ଠାନ ମାନଙ୍କର ଗୁପ୍ତ ସୂଚନା ପାଇଁ ବିଭିନ୍ନ ଉପାୟ ଅପଣାଉଛି । ଏହି ପରିପ୍ରକ୍ଷିରେ ପାକିସ୍ତାନ ବିଭିନ୍ନ ପ୍ରକାର ହନୀଟ୍ରାପ୍‌ରେ ପଞ୍ଜାବରେ ମୁତୟନ ହୋଇଥିବା ସୈନିକ, ପୋଲିସ ଯବାନ ଏବଂ ସରକାରୀ ଅଧୀକାରୀଙ୍କୁ ଫସାଇବାକୁ ଚେଷ୍ଟା କରୁଛି । ତେବେ ଭାରତୀୟ ସୁରକ୍ଷା ଏଜେନ୍ସୀମାନଙ୍କ ସତର୍କତା ପାକିସ୍ତାନର ଏହି ଖଳ ପ୍ରୟାସକୁ ସବୁବେଳେ ବିଫଳ କରି ଆସିଛି ।

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସୀ ନିକଟରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ପଠାଇଥିବା ସତର୍କତା ମୂଳକ ସୂଚନାରେ କହିଛି ଯେ,ପାକିସ୍ତାନୀ ଇଣ୍ଟେଲିଜେନ୍ସୀ ଏଜେନ୍ସୀ(ପିଆଇଓ) ଏବେ ସେହି ସୂଚନାକୁ ପାଇବା ପାଇଁ ସୋସିଆଲ ମିଡିଆରେ ହନୀଟ୍ରାପ୍ ବିଛାଇଛି, ଯାହାର ଅନୁସନ୍ଧାନ ଭାରତୀୟ ସୁରକ୍ଷା ଏଜେନ୍ସୀ କରୁଛନ୍ତି ।

ଗୁଇନ୍ଦା ଏଜେନ୍ସୀ ଏଭଳି ୧୪ ସୋସିଆଲ ମିଡିଆ ପ୍ରୋଫାଇଲର ଲିଷ୍ଟ ଜାରି କରିଛି, ଯାହାକୁ ନେଇ ସେନା ଏବଂ ପଞ୍ଜାବ ପୋଲିର ଯବାନଙ୍କୁ ସତର୍କ କରି ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଭାରତୀୟ ସେନା, ନୌସେନା, ବାୟୁସେନା ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ପ୍ରଥମ ଟାର୍ଗେଟ୍ ଥିଲେ, ଯେଉଁ ମାନଙ୍କୁ ସୋସିଆଲ ମିଡିଆରେ ସୁନ୍ଦରୀ ମହିଳା ପିଆଇଓ ଦ୍ୱାରା ଲୋଭ ଦେଖା ଯାଉଥିଲା ।

ସାଧାରଣ ଭାରତୀୟ ମହିଳାଙ୍କ ପରି ରଖାଯାଉଥିଲା ନାମ।

ପଞ୍ଜାବର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଏହି ମହିଳା ପିଆଇରଙ୍କର ନାମ ସାଧାରଣ ଭାରତୀୟ ମହିଳା ନାମ ରହୁଥିଲା, ଯାହାଦ୍ୱାରା ଭାରତୀୟମାନେ ସହଜରେ ସେମାନଙ୍କୁ ବିଶ୍ୱାସ କରିପାରିବେ । ଆମେ ଏପରି ଏକ ଡଜନରୁ ଅଧିକ ନକଲି ପ୍ରୋଫାଇଲକୁ ବ୍ଲକ୍ କରିଛୁ, କିନ୍ତୁ ସେମାନେ ପ୍ରତିଦିନ ନୂଆ ପ୍ରୋଫାଇଲ୍ ସୃଷ୍ଟି କରୁଛନ୍ତି ।

ପଞ୍ଜାବ ପୋଲିସର ଡିଜିପି କାର୍ଯ୍ୟାଳୟ ଏହିପରି ୧୪ ଟି ସନ୍ଦେହଜନକ ପ୍ରୋଫାଇଲର ଏକ ତାଲିକା ପ୍ରକାଶ କରିଛି, ଯାହା ଭାରତୀୟ ଅଧିକାରୀଙ୍କୁ ହନୀ ଟ୍ରାପ୍‌ରେ ଫାସାଇବା ପାଇଁ ତିଆରି କରାଯାଇଥିଲା । ଏହି ତାଲିକାରେ ଅନିୟା ରାଜପୁତ, ଆଲିନା ଗୁପ୍ତା, ଅନୟା ଅନୟା, ଦୀପା କୁମାରୀ, ଇଶାନିକା ଅହିର, ମନପ୍ରୀତ ପ୍ରୀତି, ନେହା ଶର୍ମା, ପରୀଶା ଅଗ୍ରୱାଲ, ପ୍ରିୟା ଶର୍ମା,ଶ୍ୱେତା କପୁର, ସଂଗୀତ ଦାସ, ତାରିକା ରାଜ, ପରିଷା ଏବଂ ପୂଜା ଅଟାର ସିଂଙ୍କ ନାମ ସାମିଲ ରହିଛି । ଜଣେ ମହିଳା ଭାବରେ ପୋଜ୍ କରି ଏହି ପିଆଇଓ ଗୁଡିକ ଫେସବୁକ୍‌, ହ୍ୱାଟସ୍ ଆପ୍‌, ଇନଷ୍ଟାଗ୍ରାମ ଏବଂ ଟେଲିଗ୍ରାମ ସହିତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.