fbpx

ବିଶ୍ୱବିଦ୍ୟାଳୟର ହିସାବ ଭୁଲ୍: ଅନର୍ସ ଛାତ୍ରଙ୍କୁ ଭୁଲରେ ମିଳିଲା ଅଧିକ ମାର୍କ

ନୂଆଦିଲ୍ଲୀ: ଶିକ୍ଷାର ଏକ ନଗ୍ନରୂପ ବିହାରର ଏକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୫୫୫ ନମ୍ବର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗର ଏହି ଲାପରବାହୀ କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଉକ୍ତ ବିଦ୍ୟାର୍ଥୀଙ୍କୁ ସ୍ନାତକର ତିନୋଟି ପାର୍ଟକୁ ମିଶାଇ ମୋଟ ୮୦୦ ବଦଳରେ ୮୬୮ ନମ୍ବର ଦିଆଯାଇଛି । ଛାତ୍ରଙ୍କର ପାର୍ଟ-୩ ଅନର୍ସ ବିଷୟର ପେପର-୫ରେ ଭୁଲ୍ ନମ୍ବର ଦିଆଯାଇଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅତିରିକ୍ତ ପରୀକ୍ଷା ନିୟନ୍ତ୍ରକଠାରୁ ଆରମ୍ଭ କରି ଭାଇସ୍ ଚାନ୍ସେଲର ଓ ପ୍ରୋ-ଭାଇସ୍ ଚାନ୍ସେଲର ଛାତ୍ରଙ୍କ ମାର୍କକୁ ମଞ୍ଜୁରୀ ଦେଇଥିଲେ । ଛାତ୍ରଙ୍କୁ ମୋଟ ୧୦୦ ପ୍ରତିଶତ ମାର୍କରୁ ୧୦୮.୫ ପ୍ରତିଶତ ମାର୍କ ମିଳିଥିଲା । ବିହାରର ମୁଙ୍ଗେର ବିଶ୍ୱବିଦ୍ୟାଳୟରେ ଶିକ୍ଷାକୁ ନେଇ ଏପରି ଖାମଖିଆଲି ନୀତି ଦେଖିବାକୁ ମିଳିଛି । ସ୍ନାତକ ପାର୍ଟ-୩ ପରୀକ୍ଷା ରେଜଲ୍ଟର ୱେବକପି ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟରେ ଅପଲୋଡ୍ କରାଯାଇଛି ।

ଜଣାପଡ଼ିଛି ଯେ, ଜମୁଇର କେକେଏମ କଲେଜର ପଢ଼ୁଥିବା ଇତିହାସ ଅନର୍ସ ଛାତ୍ର ଦିଲୀପ କୁମାର ସାହଙ୍କୁ ମୋଟ ୫୫୫ ମାର୍କ ମିଳିଛି । ଏହାଫଳରେ ଦିଲୀପଙ୍କର ମୋଟ ନମ୍ବର ୧୧୩୦ ହୋଇଯାଇଛି । ତେବେ ଛାତ୍ରଙ୍କ ମାର୍କ ଗଣତିରେ ଭୁଲ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡା. ରାମାଶୀଷ ପୂର୍ବେ ସୂଚନା ଦେଇଛନ୍ତି । ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ଏହି ମାମଲାରେ ପରୀକ୍ଷା ନିୟନ୍ତ୍ରକଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ପ୍ରୋ-ଭାଇସ୍ ଚାନ୍ସେଲର ।

Get real time updates directly on you device, subscribe now.