fbpx

ରାଶିଫଳ (ଶନିବାର ,୨୦ ମାର୍ଚ୍ଚ,୨୦୨୧)

ମେଷ : କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ ।

ବୃଷ : ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହୋଇ ମାଲିମକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବ୍ୟବସାୟ କ୍ଷେତ୍ରରେ ନିଜ ଲୋକ ମନମୋଟିଆ ହେବେ ଓ ମାନସିକ ଚିନ୍ତା ବୃଦ୍ଧି ହେବ ।

ମିଥୁନ : କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ।

କର୍କଟ : ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଲେ ଆର୍ôଥକସ୍ଥିତି ସନ୍ତୋଷପ୍ରଦ ହେବ ।

ସିଂହ : ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ମାନସିକ ସ୍ଥିରତା ଦେଖାଦେବ ଓ ବ୍ୟବସାୟରେ ଧନଲାଭ କରିବାର ସୁଯୋଗ ପାଇବେ । ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ ।

କନ୍ୟା : କର୍ମଜୀବୀମାନେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ । କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ ।

ତୁଳା : ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଗୃହାରମ୍ଭ, ଦୂରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ବାଦବିବାଦ, ମାଲିମକଦ୍ଦମାରେ କୃତକାର୍ଯ୍ୟ ହେବେ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନର ଆଗମନ ହୋଇପାରେ ।

ବିଛା : ଗୃହବାହନ ପ୍ରାପ୍ତି, ପରିଜନ ଓ ସାଧୁଜନପ୍ରିୟ ହେବେ । ବିଦେଶ ଯାତ୍ରାରେ ଲାଭବାନ ହେବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତ ପରୀକ୍ଷା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ ।

ଧନୁ : ଶୁଭ ସମ୍ବାଦ ପାଇ ଖୁସି ହେବେ । ପୈତୃକ ସମ୍ପତ୍ତି ପାଇଁ ପାରିବାରିକ ଦ୍ୱନ୍ଦ୍ୱର ସମାଧାନ ହେବ । ବିଦେଶ ଯାତ୍ରାରେ ଯଶଲାଭ, ପରିବାରରେ ମାନ ମନାନ୍ତର ଦୂର ହେବ । ଆର୍ôଥକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ମାନସିକ ଏକାଗ୍ରତା ରଖିପାରିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି ।

ମକର : ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଭାଇଭଉଣୀମାନଙ୍କ ସହ ମନୋମାଳିନ୍ୟ ସୃଷ୍ଟିହୋଇ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେଇ ପାରେ । ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ । ସ୍ୱାସ୍ଥ୍ୟହାନୀ ହେବା ସହ ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

କୁମ୍ଭ : ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ମାନ ସମ୍ମାନ ବୃଦ୍ଧି ହେବ । । ବିଦେଶ ଯାତ୍ରାରେ ଲାଭବାନ ହେବେ । ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ ।

ମୀନ : ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ମାଲିମକଦ୍ଦମା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ ।

Get real time updates directly on you device, subscribe now.