fbpx

ରାଶିଫଳ (ମଙ୍ଗଳବାର ,୦୯ ମାର୍ଚ୍ଚ ,୨୦୨୧)

ମେଷ : ପରିବାରରେ ହସଖୁସିରେ ଦିନ କଟିବ, ଦୈନନ୍ଦିନ ଗୁଜୁରାଣ ପାଇଁ ଚିନ୍ତା ରହିବ, କର୍ମ କ୍ଷେତ୍ରରେ ସୁଧାର ଆସିବ, ସରକାରୀ ସହାୟତା ମିଳିବ, ଅର୍ଥର ଅଭାବ ସ୍ୱଭାବ ନଷ୍ଟ ସ୍ଥିତି ଉପୁଯାଇବ, ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ ।

ବୃଷ : ଚାକିରି ବା ରୋଜଗାର ବଢିବ, ଆଜି ପରିବାର ସଦସ୍ୟ ଏବଂ ଜୀବନସାଥି ସହିତ ଆନନ୍ଦୋଲ୍ଲାସ ମଧ୍ୟରେ ସମୟ କଟିବ, ସୁଖଶାନ୍ତି ସହିତ ଆତ୍ମତୃପ୍ତି ମିଳିବ ଏବଂ ଧାର୍ମିକ ପୁସ୍ତକ ଅଧ୍ୟୟନ ସହିତ ଧାର୍ମିକ ଭାବନାରେ ଶୁଭରେ ସମୟ କଟିବ ।

ମିଥୁନ : ଅର୍ଥକୁ ନେଇ ଚିନ୍ତା ବଢିବ ଏବଂ ବକେୟା ଅର୍ଥପ୍ରାପ୍ତିରେ ବାଧା ଉପୁଜିବ, ପିଲାମାନଙ୍କର ଶିକ୍ଷାରେ ବିଘ୍ନ ଘଟିବ, ମନ ଅସ୍ଥିର ରହିବ, ଜୀବନସାଥି କିମ୍ବା ସନ୍ତାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ମନେ ମନେ ଓଁ ନମଃ ଶିବାୟ ଜପ କରୁଥିବେ, ଚିନି, ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ଫଳ ପାଇବେ ।

କର୍କଟ : ପରିବାରରେ ଭୁଲ୍ ବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ, ଆୟ କମି ଋଣର ସ୍ଥିତି ଉପୁକିବ, ଭୁଲ ନିଷ୍ପତ୍ତିର ଶିକାର ହେବେ, ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ।

ସିଂହ : ମନୋବାଞ୍ଛିତ ପରିବେଶ ମିଳିବ, ମାତ୍ର ଭବିଷ୍ୟତକୁ ନେଇ କର୍ମ ଏବଂ ଅର୍ଥର ଚିନ୍ତା ରହିବ, କୌଣସି ସୁଖଶାନ୍ତିଭରା ପରିବେଶ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ମନ ଦୁର୍ବଳ ହୋଇ ସ୍ୱାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୂରଣ ହେବ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ ।

ତୁଳା : କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ, ଦିନଭରି ମା’ ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ, ପିଲାମାନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଇ ଚିନ୍ତିତ ରହିବେ ।

ବିଛା : ଆଶାଜନକ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କୌଣସି ଅତୀତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଶ ଭଲ ରହିବ ।

ଧନୁ : ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ, ଆଜି ହଳଦିଆ ଅନ୍ନ ପାରାଙ୍କୁ ଖାଇବାକୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ, ଖଣ୍ଡିଆ ଖାବରା ହେବା କିମ୍ବା କୌଣସି ଜୀବ କାଟିବା ଭଳି ଅଶୁଭ ପ୍ରଭାବ ରହିବ ।

ମକର : କାମଧନ୍ଧାରେ ବ୍ୟସ୍ତ ରହିବେ, ଯଥାସାଧ୍ୟ ଟଙ୍କାପଇସା ମିଳିବ, ପିଲାମାନେ ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ବଢିବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଗାଈଙ୍କୁ ରୁଟିଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ, ଅନୁକୁଳ ସମୟ ବଢିବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ ଆମିଷ ଭକ୍ଷଣ କରନ୍ତୁ ନାହିଁ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ : ବିବାହଯୋଗ୍ୟ ପିଲାଙ୍କ ଭବିଷ୍ୟତର ବାଟ ଖୋଲିବ, କର୍ମଜୀବୀ ମହିଳା ଏବଂ ପୁୁରୁଷଙ୍କର ଦିନଟି ଶୁଭରେ କଟିବ, ମୁଣ୍ଡ କିମ୍ବା ଛାତି ଯନ୍ତ୍ରଣା ରହିବ, ପିଲାମାନଙ୍କ ନିମନ୍ତେ ଶୁଭଦିନ, ଯାହା ଆଶା କରିବେ ପୁରଣ ହେବ, ଚାକିରିଆ ଏବଂ ବ୍ୟବସାୟୀ କିଛି ମାତ୍ରାରେ ଚିନ୍ତାଗ୍ରସ୍ତ ରହିବେ ।

Get real time updates directly on you device, subscribe now.