ମର୍ମନ୍ତୁଦ ଦୁର୍ଘଟଣା: ଡବଲ-ଡେକର ବସ୍‌କୁ ଧକ୍କା ଦେଲା ମାଲବାହୀ ଗାଡ଼ି, ୧୦ ମୃତ, ୪୦ ରୁ ଅଧିକ ଗୁରୁତର

ଡବଲ-ଡେକର ବସ୍‌କୁ ପିଟିଲା ମାଲବାହୀ ଗାଡ଼ି, ୧୦ଜଣଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ମେକ୍ସିକୋ ସିଟିର ଉତ୍ତର-ପଶ୍ଚିମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତା ପାରି ହେଉଥିବା ସମୟରେ ଏକ ମାଲବାହୀ ଗାଡ଼ି ଡବଲ-ଡେକର ବସକୁ ଧକ୍କା ଦେଇଛି।

ଏହି ବଡ଼ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଧକ୍କା ମେକ୍ସିକୋ ସିଟିର ଏକ ଗୋଦାମ ଏବଂ ଫ୍ୟାକ୍ଟ୍ରି ଅଞ୍ଚଳରେ ଘଟିଛି।

ଧକ୍କା ପରେ ବସ୍‌ର ଆଉ ଅବସ୍ଥା ନାହିଁ: ମେକ୍ସିକୋର ନାଗରିକ ସୁରକ୍ଷା ଏଜେନ୍ସି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ କହିଛନ୍ତି ଯେ, ଅଧିକାରୀ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଡବଲ-ଡେକର ବସ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଜେନ୍ସି ସ୍ପଷ୍ଟ କରିଛନ୍ତି ଯେ, ଏହି ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ଲୋକେ ଆହତ ହୋଇଛନ୍ତି।