ବିହାର: ସ୍ୱାସ୍ଥ୍ୟପକ୍ଷେ ମଦ କ୍ଷତିକାରକ ବୋଲି ସମସ୍ତେ କୁହନ୍ତି କିନ୍ତୁ ଏହାକୁ ପିଇବା କେହି ବି ଛାଡନ୍ତିନି। ବିଭିନ୍ନ ଉପାୟରେ ଏହାକୁ ବିକ୍ରି କରାଯାଇଥାଏ ଏବଂ ଲୋକ ପିଇଥାନ୍ତି। କିନ୍ତୁ କେବେ କେଉଁ ଜୀବ ମଦ ଚାଲାଣ କରୁଥିବାର ଶୁଣିଛନ୍ତି? ଏପରି ଘଟଣା ଘଟିଛି ବିହାରରେ।
ସମଗ୍ର ବିହାର ରାଜ୍ୟରେ ମଦ ନିଷେଧ ଥିବା ସତ୍ତ୍ୱେ, ଚୋରା ଚାଲାଣକାରୀମାନେ ବିଭିନ୍ନ ଉପାୟରେ ମଦର ଚୋରା ଚାଲାଣ କରୁଛନ୍ତି। ପଶ୍ଚିମ ଚମ୍ପାରନ ଜିଲ୍ଲାରୁ ମଦ ଚୋରା ଚାଲାଣର ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପୋଲିସ 50 ଲିଟର ବିଦେଶୀ ମଦ ସହିତ ଏକ ଘୋଡାକୁ ଧରିଛି।
ବାସ୍ତବରେ, ଏହି ଘୋଡାରେ ମଦ ଲୋଡ୍ କରାଯାଇ ଚୋରା ଚାଲାଣ କରାଯାଉଥିଲା। ଏ ବିଷୟରେ ସୂଚନା ପାଇବା ପରେ, ପୋଲିସ ସେଠାରେ ପହଞ୍ଚିଥିଲେ କିନ୍ତୁ ଚୋରା ଚାଲାଣକାରୀ ଖସି ପଳାଇ ଯାଇଥିଲା। ପୋଲିସ ସେଠାରୁ ବେଆଇନ ମଦ ଏବଂ ଘୋଡାକୁ ଜବତ କରିଥିଲା। ବର୍ତ୍ତମାନ ଏହି ଘୋଡା ଥାନାରେ ଥିବାବେଳେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ଚୋରା ଚାଲାଣକାରୀଙ୍କୁ ଖୋଜିବା ଆରମ୍ଭ କରିଛି।
ସୂଚନା ଅନୁସାରେ, ପଶ୍ଚିମ ଚମ୍ପାରନ ଜିଲ୍ଲାର ବେଟିଆହ ଥାନାର ପୋଲିସକୁ ସୂଚନା ମିଳିଥିଲାଯେ, ଚୋରା ଚାଲାଣକାରୀମାନେ ଉତ୍ତର ପ୍ରଦେଶରୁ ବହୁତ ଗୁଡିଏ ମଦ ନେଇ ନୌତନ ବୈରା ପରସୌନି ଗାଁକୁ ଯାଉଛନ୍ତି। ଏହା ପରେ, ଷ୍ଟେସନ ଇନଚାର୍ଜ ରାଜେଶ କୁମାର ଏକ ଟିମ ତିଆରି କରି ପୋଲିସ ସବ-ଇନ୍ସପେକ୍ଟର ମହମ୍ମଦ ଅସଲମଙ୍କ ନେତୃତ୍ୱରେ ପୋଲିସଙ୍କ ଟିମ ସହିତ ସେହି ଗାଁରେ ପହଞ୍ଚିଥିଲେ। ଚୋରା ଚାଲାଣକାରୀମାନେ ଦୂରରୁ ପୋଲିସକୁ ଦେଖି ସେଠାରେ ମଦ ଏବଂ ଘୋଡାକୁ ଛାଡି ପଳାଇ ଗଲେ।
ଏହିପରି ଆଉ ଏକ ଘଟଣା ମଧ୍ୟ ମାର୍ଚ୍ଚ ମାସରେ ନୌତାନ ପୋଲିସ ସ୍ଥାନୀୟ ଥାନା ଅଞ୍ଚଳର ଶିବରାଜପୁରରେ ଘଟିଥିଲା। ସେଠାରୁ ପୋଲିସ ଘୋଡା ସହିତ ୩୪ ଲିଟର ବିଦେଶୀ ମଦ ଜବତ କରିଥିଲା। ଏହି ଘଟଣାକୁ ନେଇ ରାଜ୍ୟର ପୋଲିସ ଚୋରା ମଦ ବିକ୍ରୟ କରୁଥିବା ଏବଂ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି।