fbpx

ରୋଡିଜ ଶୋ’ରୁ ଓହରିବେ ଷ୍ଟାର ଆଙ୍କର ରଣବିଜୟ: ଦାୟିତ୍ୱ ନେଇ ପାରନ୍ତି ଏହି ଅଭିନେତା

ମୁମ୍ବାଇ: ଏମ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ “ରୋଡିଜ”କୁ ନେଇ ଆସିଛି ବଡ ଖବର । ଏହି ଶୋ’ର ଫେମସ ଆଙ୍କର ରଣବିଜୟ ଶୋ’ରୁ ନେଇପାରନ୍ତି ବିଦାୟ । ୧୮ବର୍ଷ ସମ୍ପର୍କରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଏକଦା ପ୍ରତିଯୋଗୀ, ଆଙ୍କର ତଥା ମେଣ୍ଟର ଭାବେ ସେ ଏହି ଶୋ’ ସହିତ ଦୀର୍ଘ ୧୮ ବର୍ଷରୁ ଜଡିତ ଅଛନ୍ତି । ତେବେ ତାଙ୍କର ଏହି ସମ୍ପର୍କ ଏବେ ଶେଷ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । “ରୋଡିଜ”ର ପରବର୍ତ୍ତୀ ସିଜନରେ ରଣବିଜୟଙ୍କୁ ରିପ୍ଲେସ କରାଯାଇପାରେ ।

SOCIAL MEDIA INFLUENCER- RANNVIJAY SINGHA | by Gold Crest Media | Medium
ତେବେ ଶୋ’ର ୧୯ତମ ସିଜନରେ ରଣବିଜୟଙ୍କ ସ୍ଥାନ ଲୋକପ୍ରିୟ ଅଭିନେତା ସୋନୁ ସୁଦଙ୍କୁ ମିଳିପାରେ ବୋଲି କୁହାଯାଉଛି । ଆଙ୍କର ତଥା ମେଣ୍ଟର ଭାବରେ ସୋନୁ ଏହି ଶୋ’ ସହିତ ଯୋଡି ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । କରୋନା ସମୟରେ ସୋନୁଙ୍କ ଅବଦାନ ପାଇଁ ସେ ଏବେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ଏହା ବ୍ୟତୀତ ସୋନୁଙ୍କ ଫ୍ୟାନ ପଲୋଇଙ୍ଗକୁ ଲକ୍ଷ୍ୟ କରି ତାଙ୍କୁ ଏହି ଦାୟିତ୍ୱ ଦେବାକୁ ଯୋଜନା କରୁଛି ଏମ ଟିଭି ।

Get real time updates directly on you device, subscribe now.