ହୋଟେଲରେ ଖାଇଲେ, ଟଙ୍କା ମାଗିବାରୁ ବହେ ପିଟିଲେ

କେନ୍ଦୁଝର: ହୋଟେଲରେ ପେଟ ପୁରେଇ ଖାଇଲେ, ଯେତେବେଳେ ଟଙ୍କା ମଗାଗଲା ଧୁମ ପିଟିଲେ। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଘସିପୁରା ଥାନା ଧକୋଟାରେ।

ଆମେ ସମସ୍ତେ ଯେତେବେଳେ ହୋଟେଲକୁ ଯାଉ ଖାଇବା ପାଇଁ ସାଧାରଣତଃ ଆମେ ଖାଇସାରିବା ପରେ ଟଙ୍କା ଦେଇଥାଉ। କିନ୍ତୁ ଏଠାରେ ଦୁର୍ବୁତ୍ତମାନେ ଆସି ଖାଇସାରିବା ପରେ ଟଙ୍କା ମାଗିଲାରୁ ହୋଟେଲ ମାଲିକଙ୍କ ଉପରେ ମରଣାତ୍ମକ ଆକ୍ରମଣ କଲେ।

ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଘଷିପୁରା ପୁଲିସ ତଦନ୍ତ ଆରମ୍ଭ କରିଛି।